କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଯୌନ ନିର୍ଯାତନା ମାମଲା- ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ପ୍ରମୋଦ ସାହୁଙ୍କ ଜାମିନ ଆବେଦନ ନାମଞ୍ଜୁର

Published By : Prameya-News7 Bureau | November 07, 2019 IST

କେନ୍ଦ୍ରାପଡା ୦୭।୧୧ - ଯୌନ ନିର୍ଯ୍ୟାତନା ମାମଲାରେ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଯୌନର ପୂର୍ବତନ ସଭାପତି ପ୍ରମୋଦ କୁମାର ସାହୁଙ୍କ ଜାମନ୍‌ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ନାମଞ୍ଜୁର ହୋଇଯାଇଛି।

ପୂର୍ବରୁ ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ତାଙ୍କର ଜାମିନ୍‌ ନାମଞ୍ଜୁର ହୋଇଥିଲା । ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ତାଙ୍କୁ ବାରିମୂଳ ଜେଲ୍‌ରେ ରଖାଯାଇଛି ।

କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ପ୍ରମୋଦ ସାହୁ ।ରବିବାର ରାତିରେ ପୋଲିସ ତାଙ୍କୁ ଗିରଫ କରିଥିଲା । ତାଙ୍କୁ କେନ୍ଦ୍ରାପଡ଼ା sdjm କୋର୍ଟ ରେ ହାଜର କରିଥିଲା | କୋର୍ଟ ରେ ପ୍ରମୋଦ ଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଥିଲା ।

ପ୍ରମୋଦଙ୍କ ବିରୁଦ୍ଧରେ ଆଇପିସି ଧାରା 323, 294, 506, 354, 354-B, 509, 34 ରେ ମାମଲା ରୁଜୁ ହୋଇଛି ।

ବ୍ୟାଙ୍କର ଜଣେ ମହାଳା କର୍ମଚାରୀଙ୍କୁ ସେ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.