WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଚସ୍ପତି ପ୍ରାର୍ଥୀ ହେବା ପରେ ପ୍ରମିଳାଙ୍କ ପ୍ରତିକ୍ରିୟା- ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର ଋଣି, ନିରପେକ୍ଷ ଭାବେ ଗୃହ ଚଳାଇବି

20/09/2023 at 9:00 PM

ଭୁବନେଶ୍ଵର: ବାଚସ୍ପତି ପ୍ରାର୍ଥୀ ନେଇ କଳ୍ପନା ଜଳ୍ପନାର ପଡ଼ିଛି ପୂର୍ଣ୍ଣଛେଦ। ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ  ହୋଇଛନ୍ତି। ଆସନ୍ତାକାଲି ସେ ନାମାଙ୍କନ ପତ୍ର ଦାଖଲ କରିବେ। ଏ ନେଇ ବୁଧବାର ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ବିଧାନସଭାରେ ବିଜେଡିର ସଂଖ୍ୟାବଳ ଥିବାରୁ ପ୍ରମିଳା ବାଚସ୍ପତି ହେବା ନିଶ୍ଚିତ। ଏମିତି ହେଲେ ସେ ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତି ହେବେ।

Also read- ବହୁମତ ସହ ଲୋକସଭାରେ ପାସ୍‌ ହେଲା ମହିଳା ସଂରକ୍ଷଣ ବିଲ୍‌, ବିରୋଧରେ ମାତ୍ର ୨ ଭୋଟ୍‌

ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରମିଳା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ବହୁତ ଖୁସି। ମୋ ଉପରେ ମୁଖ୍ୟମନ୍ତ୍ରୀ ଭରସା ରଖିଥିବାରୁ ତାଙ୍କ ନିକଟରେ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର ଋଣି ହୋଇ ରହିବି। ମହିଳାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ମହିଳାଙ୍କ ଦକ୍ଷତା ପ୍ରମାଣିତ କରିଛନ୍ତି। ନିରପେକ୍ଷ ଭାବେ ସବୁ ଦଳକୁ ନେଇ ଗୃହ ଚଳାଇବି ବୋଲି ପ୍ରମିଳା କହିଛନ୍ତି।

ପ୍ରମିଳା ବର୍ତ୍ତମାନ ବିଞ୍ଝାରପୁରର ବିଧାୟିକା ଅଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀରୁ ଛଅ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଜନତା ଦଳରୁ ଥରେ ଏବଂ ବିଜେଡିରୁ ପାଞ୍ଚ ଥର ନିର୍ବାଚନ ଜିତିଛନ୍ତି। ୧୯୯୦ରେ ପ୍ରଥମ ଥର ଜନତା ଦଳରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ୨୦୦୦ ମସିହାରୁ ବିଜେଡି ଦଳରୁ କ୍ରମାଗତ ଭାବେ ନିର୍ବାଚନ ଜିତି ଆସିଛନ୍ତି। ସେ ରାଜ୍ୟ କ୍ୟାବିନେଟ୍‌ରେ ବିଭିନ୍ନ ଦାୟିତ୍ଵ ସମ୍ଭାଳି ଆସିଛନ୍ତି। ବର୍ତ୍ତମାନ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରମିଳାଙ୍କୁ ବାଚସ୍ପତି ପରି ସାମ୍ବିଧାନିକ ପଦ ପାଇଁ ପ୍ରାର୍ଥୀ କରିଛି। ବିଧାନସଭାରେ ଶାସକ ଦଳର ସଂଖ୍ୟାବଳ ଢେର ଅଧିକ ଥିବାରୁ ତାଙ୍କର ବିଜୟ ସୁନିଶ୍ଚିତ ଲାଗୁଛି। ଏମିତି ହେଲେ ଓଡ଼ିଶା ବିଧାନସଭା ଇତିହାସରେ ଜଣେ ମହିଳା ପ୍ରଥମ ଥର ବାଚସ୍ପତି ପଦ ଅଳଙ୍କୃତ କରିବେ।

ସୂଚନା ଅନୁଯାୟୀ, ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ। ୨୨ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ। ନୂଆଁଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା। ବାଚସ୍ପତି ନିର୍ବାଚନକୁ ଘୁଞ୍ଚାଇବା ଦାବିରେ କଂଗ୍ରେସ ଓ ବିଜେପି ନିର୍ବାଚନକୁ ବର୍ଜନ ଘୋଷଣା କରିଥିଲେ।

   Related Posts