ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ବାଚସ୍ପତି ପଦ ପାଇଁ ଭରିବେ ନାମାଙ୍କନ
21/09/2023 at 10:46 AM

ଭୁବନେଶ୍ୱର ୨୧/୦୯: ଓଡିଶା ବିଧାନସଭା ଦେଖିବ ପ୍ରଥମ ମହିଳା ବାଚସ୍ପତି । ଗୁରୁବାର ନାମାଙ୍କନ ଭରିବେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଆସନ୍ତାକାଲି ନିଦ୍ୱର୍ନ୍ଦରେ ହେଇପାରନ୍ତି ନିର୍ବାଚିତ । ତେବେ ଏହା ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ପ୍ରମିଳା ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ ।
ସୂଚନା ଥାଉକି ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ଶୁକ୍ରବାର ଅର୍ଥାତ୍ ୨୨ ତାରିଖରେ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବ ।
ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ କରାଯିବା ପରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିଲା ବିଧାନସଭାର ବାଚସ୍ପତି ପଦ । ବିଜେଡିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ୬ ଥର ବିଧାୟିକା ହୋଇଛନ୍ତି । ଯାହା ଆଶା କରାଯାଉଛି ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ । ଏହାସହ ସେ ହୋଇଯିବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ।