scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ବିଧାନସଭାରେ ଆରମ୍ଭ ହେଲା ସ୍ପିକର ମ୍ୟାଡାମ ଯୁଗ, ବାଚସ୍ପତି ଆସନରେ ବସିଲେ ପ୍ରଥମ ମହିଳା ବାଚସ୍ପତି

22/09/2023 at 10:11 AM

ଭୁବନେଶ୍ୱର ୨୨/୦୯: ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି । ବିଧିବଦ୍ଧ ଭାବେ ଦାୟିତ୍ୱ ନେଲେ ପ୍ରମିଳା । ବାଚସ୍ପତି ଭାବେ ପ୍ରମିଳା ଦାୟିତ୍ୱ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନବୀନ କହିଛନ୍ତି, ଓଡ଼ିଶା ପ୍ରଥମ ମହିଳା ବାଚସ୍ପତି ପାଇଛି ।

ଏହା ଏକ ଐତିହାସିକ ମୁହୂର୍ତ୍ତ । ଏହାସହ ବିରୋଧୀ ଦଳ ନେତା ମଧ୍ୟ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୃହରେ ନିରପେକ୍ଷତା ନୀତି ଆପଣାଇବାକୁ କହିଛନ୍ତି । ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସର୍ବସମ୍ମତି କ୍ରମେ ନିଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରମିଳା । ଗୃହର ପଦମର୍ଯ୍ୟାଦା ରକ୍ଷା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରମିଳା । ଗୃହର ସୁପରିଚାଳନାରେ ସହଯୋଗ କରିବାକୁ ସମସ୍ତଙ୍କୁ କହିଛନ୍ତି ବାଚସ୍ପତି ।

   Related Posts