ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି, ବିଭାଗୀୟ ଅଧିକାରୀ ରିପୋର୍ଟ ଦେବା ପରେ କ୍ଷୟକ୍ଷତି ଜଣାପଡିବ : ପ୍ରମିଳା ମଲ୍ଲିକ
9/03/2023 at 1:24 PM

ଭୁବନେଶ୍ବର ୯।୩: ପୁରୀ ସ୍ଥିତ ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ ଲାଗିବା ଘଟଣାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଘଟଣା ଉପରେ ନଜର ରଖିଛନ୍ତି ସରକାର । ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି । ରିପୋର୍ଟ ଦେବା ପରେ କ୍ଷୟକ୍ଷତି ଜଣାପଡିବ ।
ସେପଟେ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏବେ ଯାଏଁ ପୁରୀ ଅଘଟଣ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ୧୨ ଘଣ୍ଟାରୁ ଅଧିକ ସମୟ ହେଲାଣି ନିଆଁ କାବୁ ହେଇପାରିନାହିଁ । ବିଜ୍ଞାନ ଏତେ ଉନ୍ନତି କଲା ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିଲାନାହିଁ । ରାଜ୍ୟ ସରକାରଙ୍କ ଚରମ ଅବହେଳା ଦେଖିବାକୁ ମିଳିଲା ବୋଲି ନରସିଂହ କହିଛନ୍ତି ।