ସବୁଜ ରାଉରକେଲା ସୁନ୍ଦର ରାଉରକେଲା ପାଇଁ ପ୍ରମେୟ ନ୍ୟୁଜସେଭେନର ପ୍ରୟାସ 'ସଂକଳ୍ପ'

Published By : Prameya-News7 Bureau | November 19, 2023 IST

ରାଉରକେଲା: ସବୁଜ ରାଉରକେଲା ସୁନ୍ଦର ରାଉରକେଲା ଗଢ଼ି ତୋଳିବା ପାଇଁ ପ୍ରମେୟ ସହ ନ୍ୟୁଜ ସେଭେନ ଆରମ୍ଭ କରିଛି ପ୍ରୟାସ। ଆଉ ଏହି ପ୍ରୟାସର ନାଁ ଆମ ସଂକଳ୍ପ । ଆଉ ଏହି ଆମ ସଂକଳ୍ପ ବାର୍ତ୍ତା। ଦେଉଛି ଦେଇ ଦେଖାଉଛି  ଏକ ନୂତନ ଦିଶା ।

ଆସ ଗଢ଼ିବା ସବୁଜ ରାଉରକେଲା ସୁନ୍ଦର ରାଉରକେଲା। ଗତ କାଲି ଶୀତୁଆ ସକାଳ ଦେଇଥିଲା ଉଷ୍ପତା । ପ୍ରମେୟ ସହ ନ୍ୟୁଜ୍ ସେଭେନର ଆମ ସଂକଳ୍ପର ଆହ୍ବାନରେ ଦୈ।ଡ଼ିଥିଲା ରାଉରକେଲା । ସେକ୍ଟର-4 ରୁ ସେକ୍ଟର ଦୁଇ ପଡ଼ିଆ ୫ କିଲୋମିଟର  ମାରାଥନରେ ଯୁବ ପିଢ଼ି ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଷେଷ ଯୋଗ ଦେଇ ଆମ ସଂକଳ୍ପ କାର୍ଯ୍ୟକ୍ରମରେ ସବୁଜ  ରାଉରକେଲା ସୁନ୍ଦର ରାଉରକେଲା ଗଢ଼ିବା ପାଇଁ ନେଇଥିଲେ ସଂକଳ୍ପ । ଯାହାର ଉଦାହରଣ ୭୮ ବର୍ଷୀୟ ମହିଳା ପ୍ରମିଳା ଦାସ ମାରାଥନରେ ୫ କିଲୋମିଟର ଚାଲି ପାଲଟିଛି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।

{"id":871874,"sizeSlug":"large","linkDestination":"none"}

ସଂଧ୍ୟାରେ ଶୀତୁଆ ପରିବେଶରେ ଆମ ସଂକଳ୍ପ ମଂଚରେ ସମାଜର ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ଥିବା ବ୍ୟକ୍ତି ବିଷେଷ ମାନଙ୍କୁ ପ୍ରମେୟ ସହ ନ୍ୟୁଜ ସେଭେନ କରିଥିଲା ସମ୍ବାନୀତ । ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ବନ ବିଭାଗର ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ)   ଡ଼କ୍ତର ଅରୁଣ ମିଶ୍ର , ପ୍ରମେୟ ଓ ନ୍ୟୁଜ ସେଭେନର ଗୃପ ଏଡ଼ିଟର ଗୋପାଳକୁଷ୍ଣ ମହାପାତ୍ର , ନିୟଜ ସେଭେନର ସଂପାଦକ ଦେବ ନାରାୟଣ ସେଠୀ  ପ୍ରମେୟ ଓ ନ୍ୟୁଜ୍ ସେଭେନର ସେଲ୍ସ ଏଣ୍ଡ ମାର୍କଟିଙ୍ଗେର ନିର୍ଦ୍ଧଶେକ ହିମାଂଶୁ ହୋତା , ରାଉରକେଲା ପ୍ରମେୟର ସଂସ୍କରଣ ମୁଖ୍ୟ  ମନୋରଂଜନ ଦାସ  ଆମ ସଂକ୍ଳପ କାର୍ଯ୍ୟକ୍ରର ମହାନ ଉଦେଶ୍ୟ ଉପରେ କରିଥିଲେ ଆଲୋକପାତ। ଯାହାକୁ ନେଇ ରାଉକେଲାବାସୀଙ୍କ  ମନରେ ଏକ ନୁତନ ଦିଶା ପାଇଁ ଦେଇଛି ପ୍ରେରଣା ।

{"id":871876,"sizeSlug":"large","linkDestination":"none"}

ପରେ ଦୁଲୁକିଥିଲା ମଂଚ ଓଡ଼ିଶାର ସୁନାମଧନ୍ୟ ଗାୟକ . ଦାରିକ ଅଜିଜ୍ ଗାୟିକା ଲିପ୍ସା ମହାପାତ୍ର ସହ ସୋନମ ଦାସଙ୍କ ଗୀତରେ ଝୁମିଥିଲେ ଦର୍ଶକ କମ୍ପିଥିଲା ମଂଚ । ସବୁଜ ସୁନ୍ଦର ରାଉରକେଲା ଗଢ଼ି ତୋଳିବା ସହ ଗୋଟିଏ ସୁତାର ବାଦ୍ଧି ଏକ ସକରାମ୍ବକ ସମାଜ ଗଢ଼ିବା ପାଇଁ ପ୍ରମେୟ ଓ ନ୍ୟୁଜ୍ ସେଭେନର  ଆମ ସଂକଳ୍ପ  ପାଲଟିଛି ଏକ ଆହ୍ବାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.