ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ସମ୍ୱର୍ଦ୍ଧିତ କଲା ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପ୍ରମେୟ ନ୍ୟୁଜ୍‌ ସେଭେନ

Published By : Prameya-News7 Bureau | August 06, 2022 IST

କଟକ ୦୬/୦୮: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପ୍ରମେୟ-ନ୍ୟୁଜ ସେଭେନ ପକ୍ଷରୁ କଟକ ଶାରଳା ଭବନରେ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ କଟକ ସହରର ୨୦ଟି ବିଦ୍ୟାଳୟର ପ୍ରାୟ ୧୫୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମେଡାଲ୍‌, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସମ୍ମାନୀତ ଅତିଥି ଭାବେ ଡିସିପି ପିନାକି ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟା ଡକ୍ଟର ସଙ୍ଗୀତା ରଥ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.