ପ୍ରମେୟ-ନ୍ୟୁଜ୍ ୭ର ସ୍ବାଧୀନତା ଦିବସ ରିଲ୍ସ ପ୍ରତିଯୋଗିତା ‘‘ମୋ ଦେଶ ମୋ ଗୌରବ’’, ଭାଗ ନେଇ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର
4/08/2023 at 10:11 PM

ଭୁବନେଶ୍ବର, ୦୪/୦୮: ଚଳିତ ବର୍ଷ ଦେଶ ପାଳିବାକୁ ଯାଉଛି ୭୭ ତମ ସ୍ବାଧୀନତା ଦିବସ। ଆଉ ଏହି ସ୍ବାଧୀନତା ଦିବସକୁ ଆହୁରି ସ୍ମରଣୀୟ କରିବା ପାଇଁ ଆପଣଙ୍କ ପାଇଁ ରହିଛି କିଛି ଖାସ୍। ପ୍ରକୃତରେ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରମେୟ-ନ୍ୟୁଜ୍ ୭ ତରଫରୁ କରାଯାଉଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘‘ମୋ ଦେଶ ମୋ ଗୌରବ’’ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଭାଗ ନେଇ ଦେଶାତ୍ମବୋଧକ ସଙ୍ଗୀତ କିମ୍ବା ବକ୍ତୃତା ଦେଇ ପୁରସ୍କୃତ ହୋଇପାରିବେ।
ଭାଗ ନେବା ପାଇଁ କରିବାକୁ ହେବ ଏମିତି:
ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କୁ ନିଜେ କୌଣସି ଦେଶାତ୍ମବୋଧକ ସଙ୍ଗୀତ କିମ୍ବା ଦେଶାତ୍ମବୋଧକ ବକ୍ତୃତା ୯୦ ସେକେଣ୍ଡ ମଧ୍ୟରେ ରେକର୍ଡ କରିବାକୁ ହେବ। ଆଉ ସେହି ରେକର୍ଡ କରିଥିବା ସେହି ଭିଡିଓକୁ ଆମକୁ ପଠାଇବାକୁ ହେବ। ତେବେ ଧ୍ୟାନ ରଖନ୍ତୁ ଆପଣ ଗାଇଥିବା ସଙ୍ଗୀତ କିମ୍ବା ଦେଇଥିବା ବକ୍ତୃତାରେ କୌଣସି ଅନ୍ୟ ଟ୍ରାକ୍ ଲଗାନ୍ତୁ ନାହିଁ।
ଆଉ ରେକର୍ଡ କରିଥିବା ଭିଡିଓକୁ ଆମର ହ୍ବାଟ୍ସଆପ୍ ନମ୍ବର ୯୧୨୪୨୦୩୨୨୨ରେ ପଠାଇ ଦିଅନ୍ତୁ। ଭିଡିଓ ପଠାଇବାର ଶେଷ ତାରିଖ ହେଉଛି ଅଗଷ୍ଟ ୧୩। ତେବେ ମନୋନୀତ ହୋଇଥିବା ୨୦ଟି ଶ୍ରେଷ୍ଠ ରିଲ୍ସକୁ ପୁରସ୍କୃତ କରାଯିବ ଏବଂ ସେମାନଙ୍କୁ ପ୍ରମେୟ ନ୍ୟୁଜ୍ ସେଭେନ୍ ତରଫରୁ ପୁରସ୍କୃତ କରାଯିବ।
