previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ପ୍ରମେୟ ବ୍ରହ୍ମପୁର ସଂସ୍କରଣକୁ ପୁରିଲା ୧୦ ବର୍ଷ, ସ୍ୱର୍ଣ୍ଣକ୍ଷତ୍ର ଉତ୍ସବ ଅନୁଷ୍ଠିତ

3/07/2022 at 8:54 PM

ବ୍ରହ୍ମପୁର, ୦୩/୦୭: ପ୍ରମେୟ ବ୍ରହ୍ମପୁର ସଂସ୍କରଣକୁ ପୁରିଲା ୧୦ ବର୍ଷ । ୧୧ରେ କରିଲା ପଦାର୍ପଣ। ସ୍ଥାନୀୟ ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ଅଡିଟୋରିୟମ୍ ପରିସରରେ ପ୍ରମେୟ ବ୍ରହ୍ମପୁର ସଂସ୍କରଣର ୧୦ମ ସ୍ୱର୍ଣ୍ଣକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇ ଖବର କାଗଜର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ।

ପ୍ରମେୟର ଏହି ୧୦ମ ସ୍ୱର୍ଣ୍ଣକ୍ଷତ୍ର ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଖବର କାଗଜର ଭୂମିକା କେତେ ଗୁରୁତ୍ୱ ତାହା ବଖାଣିଥିଲେ । ରାଜନୀତିଜ୍ଞଙ୍କ ପାଇଁ ଖବର କାଗଜ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ସାଂସଦ ଚନ୍ଦ୍ର ଶେଖର । ୧୦ ବର୍ଷ ମଧ୍ୟରେ ପ୍ରମେୟ ପାଠକଙ୍କ ଠାରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କହିଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ। ଡିଜିଟାଲ୍ ଯୁଗରେ ମଧ୍ୟ ଖବର କାଗଜ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ସେଥି ମଧ୍ୟରେ ପ୍ରମେୟ ଖବର କାଗଜ ଅନ୍ୟତମ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

ପ୍ରଥମେ ଆଞ୍ଚଳିକ ଖବରକୁ ଗୁରୁତ୍ବ ଦେଇ ଖବର ପ୍ରକାଶିତ କରୁଛି । ଆଞ୍ଚଳିକ ସମାସ୍ୟାକୁ ଖବର ମାଧ୍ୟମରେ ପ୍ରକାଶିତ କରି ନଜରକୁ ଆଣୁଛି। ଏଭଳି ନିରପେକ୍ଷ ନ୍ୟୁଜ୍ ପାଠକଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିବା କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ ମେୟର୍ ସଂଘମିତ୍ରା ଦଳେଇ । କରୋନା ଭଳି ମହାମାରୀ ଖବର କାଗଜ ଶିଳ୍ପକୁ ଦୋହଲାଇ ଦେଇଥିବା ବେଳେ ପ୍ରମେୟ ସଳଖି ଠିଆ ହେବାକୁ ପ୍ରୟାସ କରି ସଫଳ ହୋଇଛି । କିଛି ନୂତନତ୍ୱ ପାଠକଙ୍କ ନିକଟରେ ପହଞ୍ଚାଇଛି। ଏସବୁ ପାଠକଙ୍କ ଭଲ ପାଇବା ଯୋଗୁଁ ସମ୍ଭବ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଓ ଶୁଭେଚ୍ଛା ଜଣାଇଛନ୍ତି ପ୍ରମେୟ ନ୍ୟୁଜ୍ ୭ର ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର । ପ୍ରମେୟ ସବୁବେଳେ ପାଠକମାନଙ୍କୁ ବେଶ୍ ଆକୃଷ୍ଟ କରି ରଖିବାରେ ସହାୟକ ହୋଇପାରିଥିବା କହିଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ।

ସ୍ୱର୍ଣ୍ଣକ୍ଷତ୍ର ଉତ୍ସବ ଅବସରରେ ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏଭଳି ଉତ୍ସବ ବେଶ୍ ଉତ୍ସାହିତ କରିଥିବା କହିଛନ୍ତି ଛାତ୍ରଛାତ୍ରୀମାନେ କହିଛନ୍ତି । ବିଭିନ୍ନ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫେସନ୍ ଶୋ ଅନୁଷ୍ଠିତ ହୋଇଥିଲା । ଅତିଥି ପରିଚୟ ଅଜିତ୍ ସାହୁ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପ୍ରସନ୍ନ ସାହୁ। ଧନ୍ୟବାଦ ଅର୍ପଣ କରିଥିଲେ ବ୍ରହ୍ମପୁର ପ୍ରମେୟ ନ୍ଯୁଜ୍ ୭ ବ୍ୟୁରୋ ହେଡ୍ ସୁରଜିତ୍ କୁମାର ପଣ୍ଡା । ପ୍ରମେୟ ବ୍ରହ୍ମପୁର ସଂସ୍କରଣ ଡିଜିଏମ୍ ଅମ୍ବିକା ପ୍ରସାଦ ଦାସଙ୍କ ତତ୍ତ୍ବାବଧାନରେ ସ୍ବନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା।

   Related Posts