ଓଲିଉଡ଼ରେ ଉଠିଲା କାଷ୍ଟିଂ କାଉଚ୍ ଝଡ଼, ପ୍ରଯୋଜକଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ
9/06/2023 at 8:58 AM

ଭୁବନେଶ୍ୱର ୦୯/୦୬: ପୁଣି ଓଲିଉଡ଼ରେ ଉଠିଲା କାଷ୍ଟିଂ କାଉଚ ଝଡ଼। ଓଲିଉଡ଼ରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ପ୍ରକୃତି ମିଶ୍ର ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ସିଧା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ପ୍ରଯୋଜକ ଟୁଟୁ ନାୟକ ଅଭିନେତ୍ରୀଙ୍କୁ ଶୋଷଣ କରିଥାନ୍ତି। ସୁଟିଂ ସେଟ୍ ରେ ରାତିରେ ସୁଟିଂ ସରିଲେ ଅଭିନେତ୍ରୀଙ୍କୁ ପାଖକୁ ଡାକନ୍ତି ।
ଯଦି ତାଙ୍କ ପାଖକୁ କୌଣସି ଅଭିନେତ୍ରୀ ଯିବାକୁ ମନା କରିଦିଅନ୍ତି , ତେବେ ସେ ତାଙ୍କୁ ଫିଲ୍ମରୁ ବାହାର କରିଦିଅନ୍ତି । ବିଶେଷ କରି ନୂଆ ଅଭିନେତ୍ରୀମାନଙ୍କ ଉପରେ ଟୁଟୁ ନାୟକ କୁଆଡ଼େ ଲୋଲୁପ ଦୃଷ୍ଟି ପକାନ୍ତି। ଏଭଳି ବ୍ୟକ୍ତିଙ୍କୁ ଇଣ୍ଡଷ୍ଟ୍ରିରୁ ବ୍ୟାନ୍ କରାଯିବା ଉଚିତ ବୋଲି ସେ କହିଛନ୍ତି। ସେପଟେ ପ୍ରକୃତିଙ୍କ ଅଭିଯୋଗ ସଂପର୍କରେ ଟୁଟୁ ନାୟକଙ୍କ ସହିତ ଯୋଗାଯୋଗ କରାଯାଇଥିଲା ।
ତେବେ ସିଧା ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ବି ଟୁଟୁ ନାୟକ କହିଥିଲେ ଯେ, ଇଣ୍ଡଷ୍ଟ୍ରି ଜାଣିଛି ସେ କଣ। ପ୍ରକୃତି ଆଣିଥିବା ଅଭିଯୋଗକୁ ସେ ଗୁରୁତ୍ବ ଦେବାକୁ ଚାହୁଁନାହାନ୍ତି। ଗତବର୍ଷ ବାବୁସାନଙ୍କ ପତ୍ନୀଙ୍କ ସହିତ ପ୍ରକୃତିକଙ୍କ ବିବାଦ ସାରା ରାଜ୍ୟର ହଟ୍ ଟପିକ୍ ହୋଇଥିଲା। ସେତେବେଳେ ପ୍ରଯୋଜକ ଟୁଟୁ ନାୟକ ଦେଇଥିବା କିଛି ମନ୍ତବ୍ୟକୁ ନେଇ ପ୍ରକୃତି କ୍ଷୋଭ ଜାହିର କରିଛନ୍ତି। ଅଭିନେତ୍ରୀମାନଙ୍କ ପ୍ରତି ଟୁଟୁ ନାୟକ କେବଳ ଅଶାଳୀନ ମନ୍ତବ୍ୟ ଦିଅନ୍ତିନି , ସେମାନଙ୍କୁ ଶୋଷଣ କରିଥାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଟୁଟୁ ନାୟକଙ୍କ ପ୍ରତି ପ୍ରକୃତି ମିଶ୍ର ଏଭଳି ଅଭିଯୋଗ ଆଣିବା ଦ୍ବାରା ଓଲିଉଡ୍ ରେ ପୁଣି କାଷ୍ଟିଂ କାଉଚ୍ ଚର୍ଚ୍ଚା ଜୋର ଧରିଛି। କିଛି ବର୍ଷ ତଳେ ଓଲିଉଡ୍ ରେ କାଷ୍ଟିଂ କାଉଚ୍ ଝଡ଼ ଅନେକ ଅଭିନେତା ନିର୍ଦ୍ଦେଶକ ପ୍ରଯୋଜକଙ୍କୁ ନାକେଦମ କରିଥିଲା। ଏବେ ପ୍ରକୃତି ମିଶ୍ରଙ୍କ ଭଳି ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଟୁଟୁ ନାୟକଙ୍କ ଭଳି ଜଣେ ପ୍ରତିଷ୍ଠିତ ପ୍ରଯୋଜକଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ନୂଆ ଏକ ଝଡ଼ ସୃଷ୍ଟି କଲାଣି ।…