୨୮ରୁ ଦୂରଦର୍ଶନରେ 'ରାମାୟଣ' : ଲୋକଙ୍କ ଦାବି ପରେ ମନ୍ତ୍ରୀଙ୍କ ଘୋଷଣା, ଦିନକୁ ଦୁଇ ଥର ପ୍ରଦର୍ଶିତ ହେବ ଲୋକପ୍ରିୟ ଧାରାବାହିକ

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭/୩: କରୋନା ଭାଇରସର ଆତଙ୍କ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨୧ ଦିନଯାଏଁ ଲକଡାଉନର ଆଦେଶ ଦେଇଥିଲେ। ଏହି ଆଦେଶ ସାମନାକୁ ଆସିବା ପରେ ହିଁ ସୋସିଆଲ ମିଡିଆରେ ହଠାତ୍ ୟୁଜର୍ସ ରାମାନନ୍ଦ ସାଗରଙ୍କ ରାମାୟଣ ଏବଂ ବିଆର ଚୋପ୍ରାଙ୍କ ମହାଭାରତ ପୁଣି ଥରେ ପ୍ରସାରଣ କରିବାକୁ ଦାବି କରିଥିଲେ। ଏପରି ପରିସ୍ଥିତିରେ ସେହି ସବୁ ଦର୍ଶକଙ୍କ ପାଇଁ ଏକ ବଡ଼ ଖବର ସାମନାକୁ ଆସିଛି। ଜନତାଙ୍କ ଦାବିରେ ମାର୍ଚ୍ଚ ୨୮ତାରିଖରୁ ‘ରାମାୟଣ’ର ପ୍ରସାରଣ ପୁଣି ଦୂରଦର୍ଶନର ନ୍ୟାସନାଲ୍ ଚ୍ୟାନେଲରେ ଆରମ୍ଭ ହେବ। ପ୍ରଥମ ଏପିସୋଡ ସକାଳ ୯ଟାବେଳେ ଏବଂ ଦ୍ବିତୀୟ ଏପିସୋଡ ରାତି ୯ଟାରେ ପ୍ରସାରିତ ହେବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ନିଜେ ସୋସିଆଲ ମିଡିଆରେ ଏହା ବିଷୟରେ ସୂଚନା ଦେଇଛନ୍ତି।

{"id":244833,"sizeSlug":"large"}

ରାମାନନ୍ଦ ସାଗରଙ୍କ ରାମାୟଣ ୧୯୮୭ମସିହାରେ ପ୍ରଥମ ଥର ଦୂରଦର୍ଶନରେ ଆରମ୍ଭ ହୋଇଥିଲା। ସେହିପରି ବି.ଆର ଚୋପ୍ରାଙ୍କ ମହାଭାରତ ମଧ୍ୟ ୧୯୮୮ମସିହାରେ ପ୍ରଥମ ଥର ଦୂରଦର୍ଶନରେ ଆରମ୍ଭ ହୋଇଥିଲା। ରାମାୟଣ ଏବଂ ମହାଭାରତକୁ ଲୋକେ ଏତେ ମନପ୍ରାଣ ଦେଇ ଦେଖୁଥିଲେ ଯେ ରାସ୍ତାଘାଟ ଶୁନଶାନ ହୋଇଯାଉଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମର ପ୍ରସାରଣ ସମୟରେ ବାହାରେ ରାସ୍ତାଘାଟର ମାହୋଲ୍ ପୂରା କର୍ଫ୍ୟୁ ଭଳି ଲାଗୁଥିଲା।

{"id":244834,"sizeSlug":"large"}

ରାମାୟଣରେ ଭଗବାନ ରାମଚନ୍ଦ୍ରଙ୍କ ଭୂମିକାରେ ଅରୁଣ ଗୋଭିଲ୍ ଅଭିନୟ କରିଥିଲେ। ସେହିପରି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲାଇଙ୍କୁ ମଧ୍ୟ ଆଜିବି ସୀତା ରୂପରେ ସ୍ମରଣ କରାଯାଏ। ଦାରା ସିଂହ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହିପରି ରାବଣ ଭୂମିକାରେ ଅଭିନୟ କରି ଅରବିନ୍ଦ ତ୍ରିବେଦୀ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।

{"id":244835,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.