LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାସ୍ତାରେ ଦୀର୍ଘ ୨ କିଲୋମିଟର ଦୌଡିଲେ ଟ୍ରାଫିକ ପୋଲିସ୍: ଗାଡି ଭିଡ଼ ଭିତରୁ ଆମ୍ବୁଲାନ୍ସକୁ କଲେ ବାହାର, ଭିଡିଓ ଭାଇରାଲ

6/11/2020 at 9:14 AM

ହାଇଦ୍ରାବାଦ୬/୧୧: ଟ୍ରାଫିକ୍ ପୋଲିସ୍‌ଙ୍କୁ ନେଇ ଚର୍ଚ୍ଚା। ଲୋକଙ୍କ ଭିଡ଼ ଭିତରେ ଫସିଯାଇଥିବା ଆମ୍ବୁଲାନ୍ସକୁ ବାଟ କଢ଼ାଇବାକୁ ୨ କିଲୋମିଟର ଦୌଡ଼ିଲେ କନଷ୍ଟେବଳ।  ଆଉ ଏହି ଭିଡ଼ ଭିତରେ ଫସିଯାଇଛି ଗୋଟିଏ ଆମ୍ବୁଲାନ୍ସ୍। ଆଗରେ ଗାଡ଼ି ଗୁଡ଼ିକ  ଜାମ୍  ଥିବାରୁ ଠିକ୍  ସିମୟରେ ରୋଗୀକୁ ହସ୍ପିଟାଲ ପହଞ୍ଚାଇବା ସହଜ ନଥିଲା ।

ଏହି  ସମୟରେ  ହାଇଦ୍ରାବାଦ  ଟ୍ରାଫିକ୍ ପୋଲିସର ଏହି  କନଷ୍ଟେବଳ  ଯିଏ ବାବଜୀ  ନାଁରେ  ସ୍ଥାନୀୟ  ଅଂଚଳରେ ପରିଚତ। ତାଙ୍କ ଉଦ୍ୟମରେ ଗାଡ଼ି ଜାମ୍ ଭିତରେ ରୋଗୀଙ୍କୁ  ନେଇ  ଆଗକୁ ବଢ଼ିଥିଲା ଆମ୍ବୁଲାନ୍ସ୍ । ଆଉ  ଏମିତି ୨ କିଲୋମିଟର  ଯାଏଁ  ଦୌଡ଼ି ଦୌଡ଼ି ଆମ୍ବୁଲାନ୍ସକୁ ବାଟ  କଢ଼ାଇଥିଲେ  ଟ୍ରାଫିକ୍ କନେଷ୍ଟବଳ  ବାବଜୀ । ଏଭଳି  ଉଦ୍ୟମ ପାଇଁ  ଏବେ  ବାବଜୀଙ୍କ  ପାଖକୁ ପ୍ରଶଂସାର ସୁଅ ଛୁଟିଛି ।

ପୁଣି ଥରେ  ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବା  କାରକୁ ଧରିବାକୁ  ଯାଇ  କାରର  ବୋନେଟ  ଉପରେ  ଚଢିଗଲେ ଟ୍ରାଫିକ ପୋଲିସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁଣେର ପିମ୍ପ୍ରି-ଚିଞ୍ଚୱାଡରେ। ଡ୍ୟୁଟିରେ  ଥିବା ଜଣେ ଟ୍ରାଫିକ ପୋଲିସ  ଏକ  ଗାଡିକୁ  ଅଟକାଇବାକୁ ଚେଷ୍ଟା  କରିଥଲେ। ହେଲେ  ଡ୍ରାଇଭର  ଜଣକ ନଅଟକିବାରୁ ପୋଲିସ କାରର ବନେଟ ଉପରେ ଚଢିଯାଇଥଲେ । କାରଟି  ପୋଲିସକୁ  କିଛି ଦୂର ଟାଣି ନେଇଯାଇଥିଲା । ପରେ  କାର  ଡ୍ରାଇଭରକୁ ଗିରଫ କରାଯାଇଛି।

   Related Posts