ପାରିବାରିକ କଳହର କରୁଣ ପରିଣତି, ବାପାର ବେକ କାଟିଦେଲା ପୁଅ

Published By : Prameya-News7 Bureau | August 03, 2022 IST

ଫୁଲବାଣୀ ୦୩/୦୮: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡା ପଂଚାୟତର ଗଡଡି ଗ୍ରାମରେ ବୁଧବାର ଦିନ ଅଭାବନୀୟ ଘଟଣା ଘଟିଛି । ପୁଅର ମରଣାନ୍ତକ ଆକ୍ରମଣରେ ବାପା ଗୁରୁତର ଆହତ ହୋଇ ପଡିଛନ୍ତି । ଗୁରୁତର ଅବସ୍ଥାରେ ବାପା ପାଲିନା ବିନ୍ଧାଣିଙ୍କୁ ପ୍ରଥମେ ପରିବାର ଲୋକେ ଫିରିଙ୍ଗିଆ ଡାକ୍ତରଖାନାରେ ଚିକିତ୍ସା ପାଈଁ ଭର୍ତ୍ତି କରିଥିଲେ ।

ତେଵେ ପାଲିନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଦର ମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହ ଯୋଗୁଁ ପୁଅ ନଟବର ଉତ୍ୟକ୍ତ ହୋଇ ବାପାର ବେକ କାଟି ଦେଇଥିଵା ଅଭିଯୋଗ ହେଇଛି । ଏ ନେଇ ବର୍ତମାନ ସୁଦ୍ଧା ଥାନାରେ ଏତଲା ଦିଆଯାଇନଥିବା ପୋଲିସ କହିଛି । ବାପା ପାଲିନାଙ୍କ ଅବସ୍ଥା ଉଦବେଗ ଜନକ ଥିବା ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.