ଭୁବନେଶ୍ବର ୨୩|୫: କାମାନଗର ବିଧାନସଭା ଆସନରୁ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ବିଜୟୀ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରୀ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ତଳସରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭବାନୀ ଭୋଇ ବିଜୟୀ ହୋଇଛନ୍ତି ।
କାମାକ୍ଷାନଗର ଆସନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ଶତ୍ରୁଘ୍ନ ଜେନାଙ୍କୁ ୧୫ହଜାରରୁ ଅଧିକ ଭୋଟ୍ ରେ ପରାସ୍ତ କରିଛନ୍ତି । ସେହିଭଳି ଡାବୁଗାଁରେ ବିଜେପି ପ୍ରାର୍ଥୀ ପଦ୍ମନ ନାୟକଙ୍କୁ ପରାସ୍ତ କରିଛନ୍ତି ମନୋହର ରନ୍ଧାରୀ । ଏଠାରେ କଂଗ୍ରେସ ପ୍ରାର୍ଥୀ ଥିଲେ ଭୂଜବଳ ମାଝୀ ।