ପିପିଲି ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀ ଗିରଫ

Published By : Prameya-News7 Bureau | April 22, 2019 IST

ପିପିଲି ୨୨/୪ : ପିପିଲି ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପିପିଲି ପୋଲିସ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି | ଗତକାଲି ସନ୍ଧ୍ୟାରେ ମହାରଥୀଙ୍କ ଫାର୍ମ ହାଉସରେ ଭୋଜି ଭାତ ଚାଲୁଥିବାବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚଢ଼ାଉ କରିଥିଲା | ମାଜିଷ୍ଟ୍ରେଟ ରବୀନ୍ଦ୍ର ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଚଢ଼ାଉ କରିଥିବା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଉପରେ ପ୍ରଦୀପ ମହାରଥୀଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ | ଏଥିରେ ମାଜିଷ୍ଟ୍ରେଟ ରବୀନ୍ଦ୍ର ନାରାୟଣ ପାତ୍ର ଗୁରୁତର ଆହତ ହୋଇଥିଲେ | ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ଏହି ଘଟଣାକୁ ନେଇ ଆଜି ଉଭୟ ବିଜେପି ଓ କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ପ୍ରଦୀପ ମହାରଥୀଙ୍କ ଗିରଫ ଦାବି କରିଥିଲେ | ପ୍ରଦୀପ ମହାରଥୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇନର ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ଏବଂ ଜନପ୍ରତିନିଧିଆ ଆଇନର ୧୭୨, ୧୭୪, ୧୮୬ , ୨୩, ୧୭୧(ବି)ରେ ଧାରା ଲାଗିଛି | ହତ୍ୟା ଉଦ୍ୟମ ପାଇଁ ଉଦ୍ଧିଷ୍ଟ ୩୦୭ ଧାରା ଲାଗିଥିବାରୁ ପ୍ରଦୀପ ମହାରଥୀଙ୍କୁ ସହଜରେ ଜାମିନ ମିଳିବନି ବୋଲି ଆଲୋଚନା ହେଉଛି |


ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଧମକ ଦେଇଥିଲେ ଯେ, ଯଦି ପ୍ରଦୀପ ମହାରଥୀଙ୍କୁ ତୁରନ୍ତ ଗିରଫ କରାନଯାଏ ତାହେଲେ ସେ ପୁରୀ ଶ୍ରୀମନ୍ଦିର ଆଗରେ ଧାରଣା ଦେବେ | ସେହିଭଳି ଶିବାନନ୍ଦ ରାୟଙ୍କ ନେତୃତ୍ୱରେ କଂଗ୍ରେସ ଟିମ ପ୍ରଦୀପ ମହାରଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.