୮୦ କୋଟି ଲୋକଙ୍କୁ ପିଏମ ମୋଦୀଙ୍କ ଦୀପାବଳି ଉପହାର, ୫ ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

Published By : Prameya-News7 Bureau | November 05, 2023 IST

ନୂଆଦିଲ୍ଲୀ: ଦେଶର କୋଟି କୋଟି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପାବଳି ଉପହାର। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ପାଇଁ ବଢ଼ାଇବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ଅନୁଯାୟୀ ଦେଶର କୋଟି କୋଟି ଗରିବଙ୍କୁ ସରକାରଙ୍କ ତରଫରୁ ରାସନ ଯୋଗାଇଦିଆଯିବ।

ସୂଚନାଥାଉକି, ଛତିଶଗଡ଼ରେ ଆସନ୍ତା ନଭେମ୍ବର ୭ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆଉ ନିର୍ବଚନୀ ପ୍ରଚାର ସମୟରେ, ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଦୁର୍ଗରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ସେ ଏହି ଘୋଷଣା କରିଛନ୍ତି। ଏମିତିରେ ଏହାକୁ ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ଫ୍ରି ରାସନ ନେଉଥିବା ଲୋକଙ୍କ ପାଇଁ ଖୁସି ଖବର, ବଡ ପରିବର୍ତ୍ତନ କରିବେ ମୋଦୀ ସରକାର

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର କରୋନା ମହାମାରୀ ପରଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଆରମ୍ଭ କରିଥିଲେ। କରୋନା ମହାମାରୀ କଟକଣା ଫଳରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥିଲା। ଗରିବଙ୍କୁ ଖାଦ୍ୟ ସମସ୍ୟା ଦେଖାଦେଇଥିଲା। ଏମିତିରେ ପିଏମ ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ସାହାଯ୍ୟ ପାଇଁ ମାଗଣା ରାସନ ସ୍କିମ୍‌ର ଆରମ୍ଭ କରିଥିଲେ। କୁହାଯାଉଛି, ଯେ, ଏହି ଯୋଜନାର ଲାଭ ୮୦ କୋଟି ଦେଶବାସୀ ଉଠାଉଛନ୍ତି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁଯାୟୀ ଲାଭାର୍ଥୀଙ୍କୁ ପାଞ୍ଚ କେଜି ଗହମ କିମ୍ବା ଚାଉଳ ମିଳିଥାଏ। ଏହା ପରଠାର ବିଭିନ୍ନ ପର୍ଯ୍ୟାୟରେ ଏହାର ଏହି ସ୍କିମକୁ ବଢ଼ାଯାଇଛି ମଧ୍ୟ । ଏହି ଯୋଜନା ଡିସେମ୍ବର ୨୦୨୩ରେ ସରିବାକୁ ଯାଉଥିଲା। ଏବେ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ବିସ୍ତାର କରିବା ନିଷ୍ପତ୍ତି କରାଯାଇଛି ୨୦୨୮ ପର୍ଯ୍ୟନ୍ତ ବଢ଼ାଯାଇଛି।

ଆହୁରି ପଢ଼ନ୍ତୁ: ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୫୭ ବିଲିଅନ ଡଲାର ବୃଦ୍ଧି; ମାସକରେ ସର୍ବାଧିକ  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.