ଶସ୍ତାରେ ମିଳିବ ଜେନେରିକ୍ ଔଷଧ, ଦେଶରେ ଖୁବ୍ଶୀଘ୍ର ହେବ ୧୦ ହଜାର ଜନଔଷଧି କେନ୍ଦ୍ର
31/12/2022 at 9:15 PM

ନୂଆଦିଲ୍ଲୀ, ୩୧/୧୨: ଖୁବ୍ଶୀଘ୍ର ଦେଶର କୋଣ-ଅନୁକୋଣରେ ସାଧାରଣ ଲୋକଙ୍କୁ ଶସ୍ତାରେ ଔଷଧ ମିଳିବ। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (PMBJK) ସଂଖ୍ୟା ୧୦ ହଜାର କରାଯିବ। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରରେ ଜେନେରିକ୍ ଔଷଧ ବିକ୍ରି କରାଯାଇଥାଏ। ଏହାର ଦାମ୍ ବ୍ରାଣ୍ଡେଡ୍ ଔଷଧ ତୁଳନାରେ ୫୦ ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଥାଏ।
ଅଧିକାରିକ ବୟାନରେ କୁହାଯାଇଛି ଯେ ସରକାର ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରର ସଂଖ୍ୟା ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଢ଼ାଇ ୧୦ ହଜାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କେନ୍ଦ୍ରରେ ଶସ୍ତାରେ ଉତ୍ତମ ଔଷଧ ମିଳିଥାଏ। ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରରେ ଗତ ୮ ବର୍ଷରେ ୧୮ ହଜାର କୋଟି ଟଙ୍କାର ସଞ୍ଚୟ କରାଯାଇଛି। ସରକାର ଦେଶର ୭୬୬ ଜିଲ୍ଲା ମଧ୍ୟରୁ ୭୪୩ ଜିଲ୍ଲାରେ ୯୦୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ରହିଛି।
୨୦୦୮ ରେ ଏହି କେନ୍ଦ୍ରର ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଡିସେମ୍ବର ୨୦୧୭ ରେ ୩ ହଜାର କେନ୍ଦ୍ର ଖୋଲାଯାଇଥିଲା। ମାର୍ଚ୍ଚ ୨୦୨୦ ରେ ଏହି କେନ୍ଦ୍ରର ସଂଖ୍ୟା ବଢ଼ି ୬୦୦୦ ହୋଇଥିଲା। ଗତ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୮,୬୧୦ ରୁ ବଢ଼ି ଏବେ ୯୦୦୦ ହୋଇଛି। ଆଧିକାରିକ ବୟାନ ଅନୁଯାୟୀ, କେନ୍ଦ୍ରରେ ୧୭୫୯ ଔଷଧ ଏବଂ ୨୮୦ ସର୍ଜରୀ ଉପକରଣ ଉପଲବ୍ଧ ରହିଛି। ୨୦୨୪ ସୁଦ୍ଧା ଏହି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ସଂଖ୍ୟା ବଢ଼ି ୧୦ ହଜାର କରିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।