ପିଏମ ଆବାସ ଯୋଜନା: ରାଜ୍ୟର ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଘର; କିନ୍ତୁ ଏହି ସର୍ତ୍ତ ରଖିଲେ କେନ୍ଦ୍ର ସରକାର

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ/ଭୁବନେଶ୍ୱର ୧୦l୦୮: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କ ଏବଂ ରାଜ୍ୟ (ଓଡ଼ିଶା) ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ  ମଧ୍ୟରେ ବୈଠକ ଶେଷ ହୋଇଛି। ଓଡ଼ିଶାର ବାସହୀନ ଲୋକଙ୍କୁ କିଭଳି ଘର ମିଳିପାରିବ ସେନେଇ ଉଭୟ ନେତାଙ୍କ ମଧ୍ଯରେ ଆଲୋଚନା ହୋଇଛି। ବୈଠକରେ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓଡ଼ିଶାରେ ପିଏମ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ନେଇ ସ୍ୱୀକାର କରିଛନ୍ତି। ପ୍ରଧାନ ମନ୍ତ୍ରୀ ଆବାସ ବାଣ୍ଟିବାରେ ସ୍ୱଚ୍ଛତା ବଜାୟ ରଖିବାକୁ କେନ୍ଦ୍ର ରାଜ୍ୟ ପାଖରେ ସର୍ତ୍ତ ରଖିଥିବା ବେଳେ ମନ୍ତ୍ରୀ ପ୍ରଦୀପ ଅମାତ ମଧ୍ୟ ଏହି ସର୍ତ୍ତକୁ ମାନିନେଇଛନ୍ତି। କେନ୍ଦ୍ର ସରକାର ଦେଶ ପାଇଁ ପିଏମ ଆବାସ ଯୋଜନାରେ ୪୮ ହଜାର କୋଟି ବ୍ୟୟ ବରାଦ କରିଛନ୍ତି। ସେଥିରୁ ଓଡିଶାର ଭାଗରେ ୭ ହଜାର କୋଟି ଟଙ୍କା ରହିଛି। ଏଥିରେ ରାଜ୍ଯର ପ୍ରାୟ ୧୦ ଲକ୍ଷ ହିତାଧୀକାରିଙ୍କୁ ଘର ବାଣ୍ଟିବାର ଲକ୍ଷ୍ୟ ରଖାଯାଇଛି।

ବର୍ତ୍ତମାନ ରାଜ୍ୟର ପାଖାପାଖି ୧୦ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠାଇପାରିବେ। ୨୦୧୮ ପରେ ସମସ୍ତଙ୍କୁ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବ ବୋଲି ଲକ୍ଷ ରହିଥିଲା। ରାଜ୍ୟରେ ଏହି ଯୋଜନାରେ ଅନିୟମିତତା ହୋଇଥିବାରୁ ଓଡ଼ିଶାରେ ଏହା ଏହା ବିଳମ୍ବ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି। ୨୦୧୮ ପରେ ସମସ୍ତଙ୍କୁ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବ ବୋଲି ଲକ୍ଷ ରହିଥିଲା। ରାଜ୍ୟରେ ଏହି ଯୋଜନାରେ ଅନିୟମିତତା ହୋଇଥିବାରୁ  ଓଡ଼ିଶାରେ ଏହା ଏହା ବିଳମ୍ବ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି।

ଆବାସ ଘର ତିଆରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେଥିରେ କେନ୍ଦ୍ର ସରକାରଙ୍କର ଲୋଗୋ ରହିବ ବୋଲି ନିଷ୍ପତ୍ତି ହୋଇଛି। ଘର ବାଣ୍ଟିବାରେ ଅନିୟମିତତା କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ବୈଠକରେ କହିଛନ୍ତି। ଫଳରେ ଓଡ଼ିଶାରେ ୨୨ ଜଣ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଥିବା ବେଳେ ୪୪ ଜଣ ଅଧିକାରୀଙ୍କୁ ନିଲମ୍ୱନ କରାଯାଇଛି। ଆହୁରି ମଧ୍ୟ ୨୬୮ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌  ନୋଟିସ ଦିଆଯାଇଛି। ୩୫  ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ଲଗାଯାଇଛି। ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶିଳତା ନୀତି ଅନୁସାରେ  ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବଧିକୁ ସରକାର ବଢ଼ାଇଛନ୍ତି। ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟ ମଧ୍ୟ ଅନୁମୋଦନ କରିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଚାହିଦା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା କ୍ୟାବିନେଟ୍ ଏହି ଯୋଜନାକୁ ଆଗକୁ ନେବାକୁ ଅନୁମୋଦନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.