ପରିଣୀତା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ନିଧନ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ
24/03/2023 at 11:13 AM

ମୁମ୍ଵାଇ ୨୪।୦୩: ବଲିଉଡରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ସୈଫ ଅଲ୍ଲୀ ଖାନ ଏବଂ ବିଦ୍ୟା ବାଲାନଙ୍କ ଫିଲ୍ମ ପରିଣୀତା ସହିତ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ବନ୍ଧୁ ହନସଲ ମେହେଟ୍ଟା ଏହି ସୂଚନା ସେୟାର କରିଛନ୍ତି।
Ohh! That’s so shocking!
— manoj bajpayee (@BajpayeeManoj) March 24, 2023
Rest in peace Dada!!🙏 https://t.co/wOCqOlVd5Z
ଚଳଚ୍ଚିତ୍ର ନିର୍ଦ୍ଦେଶକ ସକାଳ ୩.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରିପୋର୍ଟ ଅନୁଯାୟୀ, ସେ ଡାଏଲିସିସରେ ଥିଲେ ଏବଂ ତାଙ୍କର ପୋଟାସିୟମ ସ୍ତର ହ୍ରାସ ପାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଥିଲା। ଚଳଚ୍ଚିତ୍ର ନିର୍ମାତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଖବର ସେୟାର କରି ପ୍ରଦୀପଙ୍କ ବନ୍ଧୁ ହନସଲ ମେହେଟ୍ଟା ଲେଖିଛନ୍ତି – ପ୍ରଦୀପ ସରକାର ଦାଦା, ଆର.ଆଇ.ପି. ଏହା ବ୍ୟତୀତ ଅଭିନେତା ମନୋଜ ବାଜପେୟୀ ପ୍ରଦୀପଙ୍କ ଫଟୋ ସେୟାର କରି ଲେଖିଛନ୍ତି- ଓ ,, ଏହା ଅତ୍ୟନ୍ତ ଚକିତକର ବିଷୟ। RIP ଦାଦା ।ଏହା ବ୍ୟତୀତ ଅଜୟ ଦେବଗନ ନିର୍ଦ୍ଦେଶକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
The news of Pradeep Sarkar’s demise, ‘Dada’ to some of us is still hard to digest.
— Ajay Devgn (@ajaydevgn) March 24, 2023
My deepest condolences 💐. My prayers are with the departed and his family. RIP Dada 🙏
ପ୍ରଦୀପ ସରକାର ୨୦୦୫ ମସିହାରେ ପରିଣୀତା ସହ ଇଣ୍ଡଷ୍ଟ୍ରି ଜଗତରେ ପାଦ ଦେଇଥିଲେ। ସେ ସଫଳତାର ସହ ୨୦୦୭ ଚଳଚ୍ଚିତ୍ର ଲାଗା ଚୁନରି ମେଁ ଦାଗ୍, ୨୦୧୦ ଚଳଚ୍ଚିତ୍ର ଲଫଙ୍ଗେ ପରିନ୍ଦେ, ୨୦୧୪ ଚଳଚ୍ଚିତ୍ର ମରଦାନି ଏବଂ ୨୦୧୮ ଚଳଚ୍ଚିତ୍ର ହେଲିକପ୍ଟର ଇଲା ନିର୍ଦ୍ଦେଶନା ଦେଇଥିଲେ ।ପ୍ରଦୀପ ତାଙ୍କ କ୍ୟାରିୟରରେ କମ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ କିନ୍ତୁ ତାଙ୍କ ଚଳଚ୍ଚିତ୍ର ଗୁଡିକ ଖୁବ୍ ପସନ୍ଦ କରା୍ାଇଥିଲା ଏହା ବ୍ୟତୀତ ଶ୍ରେଷ୍ଠ ଡେବ୍ୟୁ ଫିଲ୍ମ ପାଇଁ ତାଙ୍କୁ ଇନ୍ଦିରା ଗାନ୍ଧୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ତାଙ୍କର ଉଜ୍ଵଳ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ଏବଂ ଜି ସିନେ ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରଦୀପଙ୍କ ମୃତ୍ୟୁରେ ଅନେକ କଳାକାର ଶୋକ ପ୍ରକାଶ କରୁଛନ୍ତି।