scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘କୌଣସି ଜନ ବିରୋଧୀ କାର୍ଯ୍ୟ କରିନି, ପ୍ରମାଣ ମିଳିଲେ ଦଣ୍ଡ ସ୍ୱୀକାର କରିବି’, ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

29/11/2020 at 1:18 PM

ଭୁବନେଶ୍ୱର,୨୯/୧୧:      ବିଜୁ ଜନତା ଦଳରୁ ବହିଷ୍କୃତ ହେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଏହାସହ ସେ ନିର୍ଦ୍ଦୋଷ, କୌଣସି ଜନ ବିରୋଧୀ କାର୍ଯ୍ୟ କରିନଥିବା ସଫେଇ ଦେଇଛନ୍ତି ।

ପ୍ରଦୀପ କହିଛନ୍ତି ଯେ, ସେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହାଁନ୍ତି । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଥିବା ବେଳେ କ୍ଷମତାର ଅପବ୍ୟବହାର କରିନାହାଁନ୍ତି । ପ୍ରମାଣ ମିଳିଲେ ଦଣ୍ଡ ସ୍ୱୀକାର କରିବେ ଓ ଦଳର ଦାୟିତ୍ୱକୁ ସର୍ବଦା ପ୍ରାଥମିକତା ଦେଇଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ୧୫ଟି ବିଧାନସଭା ଦାୟିତ୍ୱରେ ଥିବା ବେଳେ ସେ ୧୨ଟି ଆସନରେ ଦଳକୁ ଜିତାଇଥିଲେ ।ଦଳର ପ୍ରାର୍ଥୀଙ୍କୁ ପାଣ୍ଠି ମଧ୍ୟ ତାଙ୍କ ଜରିଆରେ ପ୍ରଦାନ କରାଯାଇଛି । ଯଦି ଜନବିରୋଧୀ କାର୍ଯ୍ୟକ୍ରମ କରିଛନ୍ତି ତାହାର ପ୍ରମାଣ ଦଳ ଦେଉ ବୋଲି ସେ କହିଛନ୍ତି । ଆହୁରି ମଧ୍ୟଯଦି ସେ କିଛି ଭୁଲ କରିଛନ୍ତି ସାମ୍ବାଦିକମାନେ ତାହା ଖୋଜି ବାହାର କରନ୍ତୁ, ତ୍ରୁଟି ଥିଲେ ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏହାସହ କୌଣସି ବାଲି ମାଫିଆ, ମଦ ଦୋକାନଠୁ ଟଙ୍କା ନେଇନଥିବା ସେ କହିଛନ୍ତି । ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି କେତେ ତାହାର ଆକଳନ ମଧ୍ୟ କରାଯାଉ ବୋଲି ସେ କହିଛନ୍ତି ।

   Related Posts