ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କ କୁଶ ପୁତ୍ତଳିକା ଦାହ, ନେତା କହିଲେ- ବିଧାୟକ ବିଶ୍ଵାସରେ ବିଷ ଦେଇଛନ୍ତି
5/12/2020 at 10:49 PM

ଖଲ୍ଲିକୋଟ ୦୫/୧୨ : ଜନବିରୋଧୀ କାର୍ଯ୍ୟ ହେତୁ ଦଳରୁ ବିଦା ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଯୁବ ଜନତାଦଳ ପକ୍ଷରୁ ଛତ୍ରପୁର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ କୁଶ ପୁତ୍ତଳିକା ଦାହ କରାଯାଇଛି। ବିଜେଡି ଦଳ ଏକ ଶୁଙ୍ଖଳିତ ଦଳ ତେଣୁ ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟ କରିବା ଏବଂ ତାଙ୍କ ବିରୋଧରେ ଦଳ ସୁପ୍ରିମ ନବୀନ ପଟ୍ଟନାୟକ ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହାକୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ସ୍ୱାଗତ କରାଯାଇଛି ବୋଲି ସଭାପତି ଲକ୍ଷ୍ମଣ ଚୌଧରୀ କହିଛନ୍ତି।
ସେ କହିଛନ୍ତି ଯେ, ପ୍ରଦୀପ ପାଣିଗ୍ରାହୀ ବିଶ୍ୱାସରେ ବିଷ ଦେଇଛନ୍ତି। ଖଣି ମାଫିଆ ,ବାଲି ଓ ମଦ ମାଫିଆ ମାନଙ୍କଠାରୁ ସାହାଯ୍ୟ କରିବା ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଆଣିଛନ୍ତି। ଏପରିକି କରୋନା ସମୟରେ ମଧ୍ୟ ଚାନ୍ଦା ଆଦାୟ କରିଛନ୍ତି କିନ୍ତୁ ଟଙ୍କାଟିଏ ବି କରୋନା ସଚେତନତା ଖର୍ଚ୍ଚ ନକରି ଲୁଟିଛନ୍ତି। ବର୍ତମାନ ତାଙ୍କ ପଛରେ କ୍ରାଇମବ୍ରାଞ୍ଚ ,ଇଡି ,ଓ ଭିଜିଲାନ୍ସ ଲାଗିଛନ୍ତି। ଦଳର ଯେଉଁମାନେ ବି ଏଥିରେ ସମ୍ପୃତ ରହିଛନ୍ତି ସେମାନଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଦଳରେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସ୍ଥାନ ନାହିଁ ବୋଲି ବ୍ଲକ ଅଧକ୍ଷ ଏମ. ଧନଞ୍ଜୟ ରେଡି କହିଛନ୍ତି।
ପ୍ରାରମ୍ଭରେ ଯୁବ ନେତା ଜ୍ୟୋତି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜୁ ଯୁବ ଜନତା କର୍ମୀ ମାନେ ବାଇକ ଶୋଭା ଯାତ୍ରାରେ ଛତ୍ରପୁର ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ପହଁଚିଥିଲେ। ସେଠାରେ ବିଜୁ ବାବୁଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ବିଜେଡି ଜିନ୍ଦାବାଦ ସ୍ଲୋଗାନ ଦେବାସହ ପ୍ରଦୀପ ପାଣିଗ୍ରାହୀ ଚୋର ହେ ନାରାବାଜି ଦେଇଥିଲେ। ପରେ ପ୍ରଦୀପ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରିଥିଲେl
ଏହି ପରି ଛତ୍ରପୁର ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ପ୍ରକାର ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂବର୍ତନ ବିଧାୟକ ଅଶୋକ ଚୌଧରୀ ,ରାଜ୍ୟ ଛାତ୍ର ସମ୍ପାଦକ ରାମହରି ମହାରଣା ,ଜିଲାପରିଷଦ ସଭ୍ୟ ଏସ . କିଶୋର ରେଡି ,ଟି ନରସିଂହ ରେଡି ,ସମିତିସଭ୍ୟ ଅଶୋକ ପାଣିଗ୍ରାହୀ ,ଜି ପାପ ରାଓ ,ମନୋଜ ପାଢ଼ୀ,ଜି ଦିଲେଶ୍ଵର ରେଡି ,ବିମଲ ପଣ୍ଡା, ପିତାମ୍ବର ପଣ୍ଡା, କିଶୋର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ l