କ୍ରାଇମବ୍ରାଞ୍ଚ କବଜାରେ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ବର ଘରୁ ଉଠାଇ ନେଲେ, ସାଇବର ଥାନାରେ ଜେରା
3/12/2020 at 7:16 PM

ଭୁବନେଶ୍ବର୩/୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ।ଭୁବନେଶ୍ବର ୟୁନିଟସ୍ଥିତ ଘରୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ନେଇଯାଇଛନ୍ତି। ଗତକିଛି ଦିନ ତଳେ ଆୟ ବର୍ହିଭୁତ ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ଓ ସସ୍ପେଣ୍ଡ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପରିବାର ସହ ଲିଙ୍କ୍ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ ବ୍ରାଞ୍ଚ ଇଓଡବ୍ଲୁ ଟିମ୍ ଉଠାଇ ନେଇଥିବା ଜଣାପଡିଛି। ତାଙ୍କୁ ପଚରାଉଚରା ପାଇଁ ନିଆଯାଇଛି।
ଭାବି ଜାମାତା ଆକାଶ ପାଠକଙ୍କ ସହ ବେଆଇନ ଆର୍ଥିକ ଦେଣନେଣ ଘଟଣାରେ ପ୍ରଦୀପଙ୍କୁ ପଚରାଉଚାରା କରାଯାଇଥିବା ଜଣାଯାଇଛି। ଆଜି ;କେତେକ ତଦନ୍ତରୁ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବିପୁଳ ଟଙ୍କା ଆସିଥିବା ସୂଚନା ମିଳିଥିଲା। ଯଦିଓ ସମସ୍ତ ପ୍ରକାର ଆର୍ଥିକ କାରବାର ନିୟମ ଭିତରେ ଏବଂ ବେଆଇନ ନୁହେଁ ବୋଲି ପ୍ରଦୀପ ପାଣିଗ୍ରାହୀ କହିଆସୁଥିଲେ। ତଥାପି ତାଙ୍କ ଆୟକର ରିଟର୍ଣ୍ଣ ଏବଂ ବ୍ୟାଙ୍କ ଟ୍ରାଂଜାକ୍ସନରେ ଅନିୟମିତତା ନେଇ ସନ୍ଦେହ କରୁଛି କ୍ରାଇମ ବ୍ରାଞ୍ଚ।
ଅନ୍ୟପକ୍ଷରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯାଉଥିବା ଟ୍ବିଟ୍ କରି ସ୍ପଷ୍ଟ କରିଛି। ପ୍ରଦୀପଙ୍କୁ ଗୋପାଳପୁର ଥାନାରେ ପଚରାଯାଉଛି। ସାଇବର ପିଏସ୍ କେସ ୨୬/୨୦୨୦ ରେ ତାଙ୍କୁ ଜେରା କରାଯାଉଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।ପାଠକ ପରିବାର ଲିଙ୍କ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ରହିଛନ୍ତି ପ୍ରଦୀପ। ସେଥିପାଇଁ ଗତ କିଛି ତଳେ ବିଜେଡି ଦଳରୁ ତାଙ୍କୁ ବହିଷ୍କାର କରାଯାଇଥିଲା। ତଦନ୍ତ ତଥା ଛାନଭିନ୍ରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାର ନେଇ ସୂଚନା ଅନେକ ସନ୍ଦେହଜନକ ସୂଚନା ମିଳିଥିବା ବେଳେ ତାଙ୍କଠୁ ଅଧିକ ତଥ୍ୟ ହାସଲ ପାଇଁ କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରୁଛି।