ଦାମଙ୍କୁ କାଉଣ୍ଟର କଲେ କୃଷିମନ୍ତ୍ରୀ: କହିଲେ ଚାରା ଘୋଟାଲା ପାଇଁ ନୁହେଁ , ମନ୍ତ୍ରୀପଦ ଯିବା ପଛର କାରଣ ଅଲଗା

Published By : Prameya-News7 Bureau | September 05, 2018 IST

ଭୁବନେଶ୍ବର ୫|୯: ଚାରା ଘୋଟାଲା ସମ୍ପର୍କରେ ପୂର୍ବତନମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ଦମବାବୁଙ୍କ ମନ୍ତବ୍ୟ ସତ୍ୟ ଉପରେ ଆଧାରିତ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଦାମବାବୁ ଯାହା ପଚାରିଥିଲେ ସେନେଇ ଦାୟିତ୍ବ ସମ୍ପନ୍ନ ମନ୍ତ୍ରୀ ଭାବେ ସେ ଉତ୍ତର ରଖିଛନ୍ତି । ୧୭ କୋଟି ୩୩ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି । ୪ ଜଣିଆ କମିଟି ତଦନ୍ତ ରିପୋର୍ଟରେ ଏହାର ପର୍ଦ୍ଦାଫାସ କରିଥିଲା । ଯେଉଁ ଅଫିସର ଘୋଟାଲା କରିଥିଲେ ତାଙ୍କୁ ସସ୍ପେଣ୍ଡ କରାଯାଇଥିଲା । ବହୁଦନି ପରେ ପୁଣି ସେ ନୟାଗଡରେ କାର୍ଯ୍ୟ କରୁଛନ୍ତି ।ଦାମବାବୁ ଅନ୍ୟ ଜିଲ୍ଲାରେ ଚାରା ଘୋଟାଲା କଥା ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ସେ ଦାୟିତ୍ବ ନେବାପରଠୁ ହୋଇନି ବୋଲି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି ମନ୍ତ୍ରୀ ପଦରୁ ଦାମବାବୁ ବିଦା ହେବା ପଛରେ ଏହା ବଡ କାରଣ ନୁହେଁ, ଆଉ କିଛି କାରଣ ଥାଇପାରେ ବୋଲି ଶ୍ରୀ ମହାରଥୀ କହିଛନ୍ତି। ନବୀନ ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯାଏନି । ଦଳର ଗଡଫାଦର ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଦୁର୍ନୀତିକୁ ପ୍ରଶୟ ଦିଅନ୍ତିନାହିଁ।ଯିଏ ଦୁର୍ନୀତି କରିବ ସିଏ ଦଣ୍ଡ ପାଇବ। ପ୍ରଦୀପ ମହାରଥୀଙ୍କ ଏହି ବିବୃତ୍ତି ପରେ ଶାସକ ଦଳର ଦୁଇ ଟାଣୁା ନେତା ତେବେ ମୁହାଁ ମୁହିଁ ହୋଇଛନ୍ତି। ଉଭୟଙ୍କ କହିବା ଚାତୁର୍ଯ୍ୟ ଦେଖାଣାହାରୀଙ୍କୁ ବେଶ ଅମୋଦିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.