ମୁମ୍ଵାଇ ୧୪।୦୬: ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ତାମିଲ ଅଭିନେତା ପ୍ରଦୀପ କେ ବିଜୟନଙ୍କ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ଚେନ୍ନାଇରେ ଥିବା ତାଙ୍କ ବାସଭବନରେ ପ୍ରଦୀପ କେ ବିଜୟନଙ୍କ ମୃତଦେହ ମିଳିଥିବା କୁହାଯାଉଛି। ଅଭିନେତାଙ୍କ ହଠାତ୍ ଦେହାନ୍ତ ହେତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ପ୍ରଦୀପ କେ ବିଜୟାନଙ୍କ ଦେହାନ୍ତରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସୂଚନା ମୁତାବକ, ଅଭିନେତା ପ୍ରଦୀପ କେ ବିଜୟାନଙ୍କ ନିଶ୍ଵାସ ନେବା ଏବଂ ମୁଣ୍ଡ ବୁଲାଇବାରେ ଅସୁବିଧା ଭୋଗୁଥିବା। ତେବେ ସେ କିପରି ଚାଲିଯାଇଛନ୍ତି ସେନେଇ ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏଥିସହିତ ବର୍ତ୍ତମାନ ପ୍ରଦୀପଙ୍କୁ ତାଙ୍କ ଘରେ ମୃତଦେହ ମିଳିଛି, ଯାହା ପ୍ରଶଂସକଙ୍କ ପାଇଁ ଚକିତକର କରିଛି।
Tamil Actor #PradeepKVijayan passed away! #Pradeep, had done small roles in many films like Thegidi, Meesaiya Murukku etc. He was found dead at his home.
— Sreedhar Pillai (@sri50) June 13, 2024
RIP! pic.twitter.com/EIerhxdMao
ଅଭିନେତା ପ୍ରଦୀପ କେ ବିଜୟାନ ‘ଥେଗିଡି’ରେ ଅଭିନୟ କରିଥିବା ଚରିତ୍ର ପାଇଁ ବହୁତ ଲୋକପ୍ରିୟ ଥିଲେ। ଏହା ବ୍ୟତୀତ ସେ 'ଟେଡି', 'ଇରମ୍ବୁ ତିରାଇ' ଏବଂ 'ରୁଦ୍ରାନ୍' ଭଳି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଭୂମିକା ପାଇଁ ଜଣାଶୁଣା। କେତେକ ରିପୋର୍ଟରେ ସେ ନିଶ୍ଵାସ ନେବାରେ ଅସୁବିଧା ହୋଇଥିବାବେଳେ କେତେକ ରିପୋର୍ଟରେ କୁହାଯାଇଛି ଯେ ହୃଦଘାତରେ ପୀଡିତ। ତେବେ ପ୍ରଦୀପଙ୍କ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ।
ଖବର ମିଳିଛି ଯେ ଯେତେବେଳେ ତାଙ୍କ ସାଙ୍ଗମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏହା ପରେ ପ୍ରଦୀପଙ୍କ ବନ୍ଧୁମାନେ ପୋଲିସକୁ ସୂଚନା ଦେଇଥିଲେ ଏବଂ ପୋଲିସ ଅଭିନେତାଙ୍କ ଘରକୁ ଯାଇଥିଲା। ଯେତେବେଳେ ପୋଲିସ ତାଙ୍କ ଘରର କବାଟ ଭାଙ୍ଗିଥିଲା, ସେତେବେଳେ ପ୍ରଦୀପ ତାଙ୍କ ବାଥରୁମରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପ୍ରଦୀପଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ନିଆଯାଇଛି। ଏ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।