ପ୍ରଦୀପ-ପାଠକ ବନ୍ଧୁ କୋଭିଡ୍-୧୯ ପଜିଟିଭ୍, ଝାରପଡା ଜେଲ୍‌ରେ ଆଇସୋଲେସନରେ ଅଛନ୍ତି ଭାବି ସମୁଦି

Published By : Prameya-News7 Bureau | May 21, 2021 IST

କଟକରୋଡ,୨୧/୦୫: ଝାରପଡା ଜେଲରେ କରୋନା ବିସ୍ଫୋରଣ । ଭୁବନେଶ୍ୱର ଝାରପଡ଼ା ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପୂର୍ବରୁ ଜେଲ ଅଧିକାରୀଙ୍କ ସହ ୧୧ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ପୁଣି ୯୬ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜେଲ ବିଭାଗ ସୂଚନା ଦେଇଛି। ଏହି ପଜିଟିଭ୍‌ଙ୍କ ମଧ୍ୟରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ। ଉଭୟ ଆଜି ଅନ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ଝାରପଡା  ଜେଲ୍‌ରେ ଆଇସୋଲେସନରେ ରଖାଯାଇଛି। ବେଆଇନ ଅର୍ଥ ଓ ସଂପତ୍ତି ଠୁଳ ମାମଲାରେ ଉଭୟ ଜେଲ୍‌ରେ ଅଛନ୍ତି।

ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ରିପୋର୍ଟ ମିଳିବା ପରେ ଅନ୍ୟ ଅନ୍ତେବାସୀଙ୍କ ସୁରକ୍ଷା ନେଇ ଜେଲ କର୍ତ୍ତୁପକ୍ଷଙ୍କ ଚିନ୍ତା ବଢି ଯାଇଛି। କାରାଗାର ପରିସରରେ ଥିବା ଏକ ବ୍ଲକକୁ ତୁରନ୍ତ ବିଶୋଧନ କରଯିବା ସହ ଏହାକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଉକ୍ତ ବ୍ଲକର ୮ କୋଠରୀରେ ସଂକ୍ରମିତ ହୋଇଥିବା ନୂଆ ରୋଗୀଙ୍କୁ ଚିକିତ୍ସା କରାଯିବ । ଜେଲ ଡାକ୍ତର ଓ ଫାର୍ମାସିଷ୍ଟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟମିତ ଯାଞ୍ଚ କରିବା ସହ ଚିକିତ୍ସା ଦାୟିତ୍ୱରେ ରହିବେ ।

ସମସ୍ତ ସଙ୍ଗରୋଧ ଗୃହରେ ଅନ୍ୟୁନ ୧୨୮ ଜଣ ରୋଗୀଙ୍କୁ ରଖାଯିବାର ବ୍ୟବସ୍ଥା ରହିଛି ହୋଲି ଜଣେ ଅଧିକାରୀ କହିଛନ୍ତି । କୌଣସି ରୋଗୀ ଗୁରୁତର ହେଲେ ତୁରନ୍ତ ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ । ଅନ୍ୟପକ୍ଷରେ ହଠାତ ଏତେ ସଂଖ୍ୟକ କଏଦୀଙ୍କୁ କରୋନା ପରେ ଜେଲରେ ସାନିଟାଇଜ ବ୍ୟବସ୍ଥା ଓ ଶାରୀରିକ ଦୂରତା କଡ଼ାକଡ଼ି କରିବା ସହ ଇ-ମୁଲାକାତ୍‌ ଉପରେ ଗୁରୁତ୍ୱ ଦେବାକୁ କାରାଗାର ବିଭାଗ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.