WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ବକପ ପୂର୍ବରୁ ଟିମ୍ ଇଣ୍ଡିଆର ଶେଷ ପ୍ରସ୍ତୁତି; ନେଦରଲ୍ୟାଣ୍ଡ ସହ ଖେଳିବ ଅଭ୍ୟାସ ମ୍ୟାଚ୍

3/10/2023 at 10:02 AM

ଥିରୁଅନନ୍ତପୁରମ୍‌, ୨/୧୦: ବିଶ୍ୱକପ୍‌ ପୂର୍ବରୁ ଭାରତ ଖେଳିବ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍ । ଥିରୁଅନନ୍ତପୁରମରେ ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ତେଣୁ ଆଜି ଭାରତୀୟ ଦଳ ଉପଯୁକ୍ତ ଅଭ୍ୟାସ ସହ ବିଶ୍ୱକପ୍‌ ପାଇଁ ଶେଷ ପ୍ରସ୍ତୁତି ସାରିବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ନେଦରଲାଣ୍ଡ୍‌ସ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା । ଉକ୍ତ ମ୍ୟାଚ୍‌ରେ ମଧ୍ୟ ବର୍ଷା ପ୍ରଭାବ ପକାଇଥିଲା । ୨୩ ଓଭର ଖେଳ ହୋଇଥିଲା । ଗ୍ରୀନ୍‌ ଫିଲ୍ଡ ଷ୍ଟାଡିୟମ୍‌ର ପିଚ୍‌ ଉଭୟ ବ୍ୟାଟିଂ ଓ ପେସ୍ ବୋଲିଂ ପାଇଁ ଅନୁକୂଳ । ଶେଷ ଅଭ୍ୟାସ ମ୍ୟାଚ୍‌ ହୋଇଥିବାରୁ ଉଭୟ ଉଭୟ ୧୫ଜଣ ଖେଳାଳିଙ୍କୁ ସୁଯୋଗ ଦେବାକୁ ଯୋଜନା କରିଛନ୍ତି । ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି । ମାତ୍ର ଯୁବ ନେଦରଲାଣ୍ଡ୍‌ସ ଦଳ ଏଥର ବିଶ୍ୱକପ୍‌କୁ ସ୍ମରଣୀୟ କରିବା ପାଇଁ ଆଶାବାଦୀ ରହିଛି । ପ୍ରଥମ ଦଳ ଭାବେ ନେଦରଲାଣ୍ଡ୍‌ସ ବିଶ୍ୱକପ୍‌ ଖେଳିବା ପାଇଁ ଭାରତରେ ଆସି ପହଞ୍ଚିଥିଲା । ବେଙ୍ଗାଲୁରୁରେ ଦଳ ଅଭ୍ୟାସ କରିବା ସହ ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇ ସାରିଛି ।

୧୨ବର୍ଷ ପରେ ଭାରତରେ ବିଶ୍ୱକପ୍‌ ଆୟୋଜନ କରୁଛି । ତେଣୁ ଚଳିତ ଥର ବିଶ୍ୱକପ୍‌ ହାସଲ କରିବା ପାଇଁ ଘରୋଇ ଦଳ ଆଶାବାଦୀ ରହିଛି । ଏକ ସୁଦୃଢ ତଥା ସନ୍ତୁଳିତ ଦଳ ଗଠନ କରାଯାଇଛି । ଦୀର୍ଘ ଦିନ ଧରି ମଧ୍ୟ କ୍ରମରେ ରହିଥିବା ସମସ୍ୟା ମଧ୍ୟ ଦୂର ହୋଇଥିବା ଗତ ଏସିଆ କପ୍‌ ପ୍ରଦର୍ଶନରୁ ପ୍ରମାଣିତ ହୋଇଛି । ବିଶ୍ୱକପ୍‌ରେ ମଧ୍ୟ କ୍ରମ ପାଇଁ ଏକାଧିକ ଦାବିଦାର ରହିଛନ୍ତି । ବିଶ୍ୱକପ୍‌ରେ କେଉଁ ସ୍ଥାନରେ କିଏ ବ୍ୟାଟିଂ କରିବେ ତାହା, ଆସନ୍ତା କାଲି ସ୍ପଷ୍ଟ ହୋଇଯିବ । କେ ଏଲ ରାହୁଲ, ଶ୍ରେୟାସ ଆୟର, ଯଶପ୍ରୀତ ବୁମରା ସଠିକ୍‌ ସମୟରେ ଫିଟ୍‌ ହୋଇ ଫେରିବା ଦଳ ପାଇଁ ବେଶ୍‌ ଶୁଭଙ୍କର । ଭେଟେରାନ ରବି ଚନ୍ଦ୍ରନ ଅଶ୍ୱିନ ବିଶ୍ୱକପ୍‌ ଦଳକୁ ଫେରିବା ଫଳରେ ସ୍ପିନ ବୋଲିଂ ବିଭାଗରେ ସନ୍ତୁଳନ ବୃଦ୍ଧି ପାଇଛି । ବାମ ହାତି ଅଫସ୍ପିନର ଭାବେ ରବିନ୍ଦ୍ର ଜାଡେଜା, ଡାହଣ ହାତି ଅଫସ୍ପିନର ଭାବେ ଅଶ୍ୱିନ ଓ ଲେଗ ସ୍ପିନର ଭାବେ କୁଲଦୀପ ଯାଦବ ଦଳରେ ରହିଛନ୍ତି । ନେଦରଲାଣ୍ଡ୍‌ସ ଦଳରେ ଏକାଧିକ ଅଲ୍‌ରାଉଣ୍ଡରରହିଛନ୍ତି । ମାତ୍ର ଅର୍ନ୍ତାଜୀତୟ କ୍ରିକେଟ୍‌ ଖେଳିବାର ଯଥେଷ୍ଟ ଅଭିଜ୍ଞତା ନଥିବାରୁ ଶକ୍ତିଶାଳୀ ଭାରତକୁ ନେଦରଲାଣ୍ଡ ହରାଇବା ଏକ ପ୍ରକାର ଅସମ୍ଭବ ।

   Related Posts