ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଆମେରିକୀୟ ‘ଆପାଚେ’ ଅପେକ୍ଷା  ଆମ ‘ପ୍ରଚଣ୍ଡ’ ଅଧିକ ପ୍ରଭାବଶାଳୀ, ଜାଣନ୍ତୁ କେଉଁଥିରେ କିଏ ସର୍ବୋତ୍ତମ

3/10/2022 at 9:09 PM

ଯୋଦ୍ଧପୁର ୩।୧୦: ଭାରତୀୟ ବାୟୁସେନାରେ ରବିବାର ସ୍ୱଦେଶୀ ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ ସାମିଲ ହୋଇଯାଇଛି। ସବୁଠାରୁ ଖାସ କଥା ହେଉଛି ଏହା ଅତ୍ୟନ୍ତ ହାଲୁକା। କମ୍ ଓଜନ ଯୋଗୁ ଚୀନ୍‌କୁ ଲାଗୁଥିବା ସୀମାରୁ ଆରମ୍ଭ କରି କାର୍ଗିଲ ପର୍ଯ୍ୟନ୍ତ ଏହାର ସର୍ବୋତ୍ତମ ଉପଯୋଗ ହୋଇପାରିବ। ତେବେ ଭାରତୀୟ ବାୟୁ ସେନା (ଆଇଏଏଫ) ନିକଟରେ ଆମେରିକୀୟ ‘ଆପାଚେ’ ହେଲିକପ୍ଟର ମଧ୍ୟ ଅଛି। ତେବେ ଅଧିକ ଉଚ୍ଚତାର ରଣକ୍ଷେତ୍ର କଥା ଉଠିଲେ ଆପାଚେଠୁ ପ୍ରଚଣ୍ଡ ବେଶ ଦକ୍ଷ।

କାରଗିଲ ଯୁଦ୍ଧବେଳେ ଭାରତକୁ ହାଲୁକା ଯୁଦ୍ଧ କେଲିକପ୍ଟରର ଆବଶ୍ୟକତା ଅନୁଭବ ହୋଇଥିଲା। ସେତେବେଳେ ଭାରତ ନିକଟରେ ଋଷିଆରୁ କିଣାଯାଇଥିବା ଯୁଦ୍ଧ ହେଲିକପ୍ଟର ମଧ୍ୟ ଥିଲା। ତେବେ ଏଗୁଡିକୁ ଅଧିକ ଉଚ୍ଚତାରେ ଉଡାଇବାରେ ଅସୁବିଧା ଥିଲା। ଏଥିଯୋଗୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ହାଲୁକା ଯୁଦ୍ଧ ହେଲିକପ୍ଟର ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲେ, ଯାହା ଏଲଏସିରୁ ଆରମ୍ଭ କରି କାର୍ଗିଲ ପର୍ଯ୍ୟନ୍ତ କାମରେ ଆସିପାରିବ। ତେବେ ଆସନ୍ତୁ ଆମେରିକୀୟ ଆପାଚେ ଓ ଭାରତୀୟ ପ୍ରଚଣ୍ଡ ମଧ୍ୟରେ ତୁଳନା କରିବା।

ବୋଇଂ ଏଏଚ୍-୬୪ ଆପାଚେ ଓ ପ୍ରଚଣ୍ଡ ଉଭୟ ଟୁ ସିଟର ଆଟାକ୍ ହେଲିକପ୍ଟର। ଏଥିରେ ପାଇଲଟ ହେଲିକପ୍ଟର ଉଡାଇବାରେ ଧ୍ୟାନ ଦେଇଥାଏ ଓ ଗନର ଟାର୍ଗେଟ୍ ଖୋଜି ଆକ୍ରମଣ କରିଥାଏ। ରୋଟରର ପ୍ରସାରଣକୁ ଦେଖିଲେ ପ୍ରଚଣ୍ଡ ଅପେକ୍ଷା ଆପାଚେ ସାମାନ୍ୟ ଛୋଟ। ତେବେ ଆକାରରେ ଦୁଇ ହେଲିକପ୍ଟର ମଧ୍ୟରେ ବିଶେଷ ପ୍ରଭେଦ ନାହିଁ। ଓଜନରେ ଦୁଇ ହେଲିକପ୍ଟର ମଧ୍ୟରେ ଆକାଶ ପାତାଳ ଫରକ ରହିଛି।

ପ୍ରଚଣ୍ଡର ଓଜନ ୨ହଜାର ୨୫୦ କିଲୋଗ୍ରାମ। ଏହା ସର୍ବାଧିକ ୫ ହଜାର ୮୦୦ କେଜି ଓଜନ ନେଇ ଉଡିପାରିବ। ହାଲୁକା ହୋଇଥିବାରୁ ଏହା ଅଧିକ ଉଚ୍ଚତାରେ ଉଡିପାରେ।  ହିମାଳୟ ଗିରିଶୃଙ୍ଗର ଉଚ୍ଚତା ଏତେ ଅଧିକ ଯେ ଏଠାରେ ବାୟୁ ଅତ୍ୟନ୍ତ ପତଳା ହୋଇଯାଏ। ଏଣୁ ଏତେ ଉଚ୍ଚତାରେ ହେଲିକପ୍ଟରକୁ ଲିଫ୍ଟ ମିଳିପାରେନି। ଖାସ ଏହି କାରଣରୁ ଅଧିକ ଉଚ୍ଚ ଅଞ୍ଚଳରେ ହାଲୁକା ହେଲିକପ୍ଟର ବ୍ୟବହାର କରାଯାଏ। ପ୍ରଚଣ୍ଡ ନିଜ ସହ ୭୦୦ କେଜିର ଗୋଳାବାରୁଦ ନେଇ ଉଡିପାରେ।

ଏହି ଅନୁସାରେ  ପ୍ରଚଣ୍ଡ ଠାରୁ ଆପାଚେ ଦୁଇଗୁଣା ଅଧିକ ଓଜନର ହେଲିକପ୍ଟର। ଏହାର ଓଜନ ୫ହଜାର ୩୫୨ କେଜି। ଏହା ସର୍ବାଧିକ ୧୦ ହଜାର ୧୦୭ କେଜି ଓଜନ ନେଇ ଉଡିପାରେ। ପ୍ରଚଣ୍ଡରେ ଟୁ ପାୱାର ଟର୍ବୋସାଫ୍ଟ ଇଞ୍ଜିନ ରହିଛି। ପ୍ରତ୍ୟେକ ଇଞ୍ଜିନ ୧ହଜାର ୪୩୦ ହର୍ଷପାୱାର ଶକ୍ତି ସୃଷ୍ଟି କରିଥାଏ। ସେହି ଅନୁସାରେ ଆପାଚେରେ ୨ଟି ଜେନେରାଲ ଇଲେକ୍ଟ୍ରିକ୍ ଟି-୭୦୦ ଓ ଜିଇ ୭୦୧-ସି ଟର୍ବୋସାଫ୍ଟ ଇଞ୍ଜିନ ଲାଗିଛି। ପ୍ରତ୍ୟେକ ଇଞ୍ଜିନ ୧ହଜାର ୮୯୦ ହର୍ଷ ପାୱାର ଶକ୍ତି ସୃଷ୍ଟି କରିପାରେ।

ଅଧିକ ଶକ୍ତିଶାଳୀ ଇଞ୍ଜିନ ଯୋଗୁ ଆପାଚେର ବେଗ ଅଧିକ। ଏହା ସର୍ବାଧିକ ଘଣ୍ଟାପ୍ରତି ୨୯୫ କିଲୋମିଟର ବେଗରେ ଗତିକରିପାରେ। ଏଥିରେ ପ୍ରଚଣ୍ଡର ଟପ୍ ସ୍ପିଡ ଘଣ୍ଟାପ୍ରତି ୨୮୦ କିଲୋମିଟର। ତେବେ ରେଞ୍ଜ ମାମଲାରେ ପ୍ରଚଣ୍ଡ ଆପାଚେଠାରୁ ଢେର ଅଧିକ। ପ୍ରଚଣ୍ଡ ୬ହଜାର ୫୦୦ ମିଟର ଉଚ୍ଚତାରେ ଉଡିପାରେ। ଏଥିରେ ଆପାଚେ ସର୍ବାଧିକ ୬ହଜାର ୪୦୦ ମିଟର ଉଚ୍ଚରେ ଉଡିପାରେ। ପ୍ରଚଣ୍ଡର ରେଞ୍ଜ ୭୦୦ କିଲୋମିଟର ଓ ଆପାଚେର ୪୮୦ କିଲୋମିଟର ।

ଅସ୍ତ୍ରଶସ୍ତ୍ର ମାମଲାରେ ଆପାଚେ ଅପେକ୍ଷା ପ୍ରଚଣ୍ଡ ଅଧିକ ଘାତକ। ଆପାଚେର ୩୦ ଏମଏମ ଚେନଗନ ରହିଛି। ଏଥିରେ ପ୍ରଚଣ୍ଡର ୨୦ ଏମଏମର ଏମ୬୨୧ ଗନ ରହିଛି। ସେହିପରି ଆପାଚେକୁ ୧୬ ହେଲଫାୟର ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ୪ ହାଇଡ୍ରା-୭୦ର ୧୯ସଟ୍ ଫୋଲ୍ଡିଂ ଫିନ ଏରିୟଲ ରକେଟ୍ ପଡସ୍ ସହିତ ୪ସହାୟକ ଇନ୍ଧନ ଟ୍ୟାଙ୍କରେ ପରିବର୍ତ୍ତିତ କରାଯାଇପାରିବ। ଆପାଚେରେ ଏୟାର ଟୁ ଏୟାର ଆଇଏମ-୯୨ ଷ୍ଟିଙ୍ଗର ମିସାଇଲ ମଧ୍ୟ ଲଗାଯାଇପାରିବ।

ତେବେ ପ୍ରଚଣ୍ଡକୁ ଅନେକ ପ୍ରକାର ଅସ୍ତଶସ୍ତ୍ରରେ ସଜ୍ଜିତ କରାଯାଇପାରିବ। ଆବଶ୍ୟକତା ଅନୁସାରେ ଏହା ଦେହରେ ରକେଟ୍ ପଡସ୍ ଓ ମିଶାଇଲ ମଧ୍ୟ ଲଗାଯାଇପାରେ। ଏଥିରେ ଏୟାର ଟୁ ଏୟାର ମିଷ୍ଟ୍ରାଇଲ-୨ ମିଶାଇଲ ଲଗାଯାଇପାରେ। ଏହା ଛଡା ୪ଟିଧ୍ରୁବାସ୍ତ୍ର  ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲ ମଧ୍ୟ ଲଗାଯାଇପାରେ।     

   Related Posts