ପ୍ରବଥ ଜୟସୂରିଆ ହେଲେ ଜୁଲାଇ ମାସର ଶ୍ରେଷ୍ଠ ଖେଳାଳି, ଟ୍ୱିଟ୍‌ କରି ସୂଚନା ଦେଲା ଆଇସିସି

Published By : Prameya-News7 Bureau | August 10, 2022 IST

ଦୁବାଇ ୧୦।୦୮ : ଆଇସିସି ପକ୍ଷରୁ ଜୁଲାଇ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀଲଙ୍କାର ପ୍ରତିଭାବାନ ସ୍ପିନର ପ୍ରବଥ ଜୟସୂରିଆ ଓ ଇଂଲଣ୍ଡର ମହିଳା କ୍ରିକେଟ୍‌ର ଇମା ଲ୍ୟାମ୍ବ ଏହି ପୁରସ୍କାର ପାଇଛନ୍ତି । ଜୟସୂରିୟା ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର ଜନି ବେୟାରଷ୍ଟୋ ଓ ଫ୍ରାନ୍ସର ଗୌସ୍ତଭ ମ୍ୟାକ୍‌କିଓନଙ୍କୁ ପଛରେ ପକାଇ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେ ଗତମାସ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ପ୍ରଥମ ଟେଷ୍ଟର ଉଭୟ ଇନିଂସ୍‌ରେ ୧୨ଟି (୬+୬) ୱିକେଟ୍‌ ଅକ୍ତିଆର କରିଥିଲେ ।

wp:html /wp:html

ଜୟସୂରିୟାଙ୍କ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ୧-୧ରେ ସିରିଜ ଡ୍ର’ କରିଥିଲା । ଏହାପରେ ପାକିସ୍ତାନ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ୨ଟି ମ୍ୟାଚ୍‌ରୁ ୧୭ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଜୁଲାଇ ମାସରେ ସେ ୩ଟି ଟେଷ୍ଟରୁ ୨୯ଟି ୱିକେଟ୍‌ ନେବା ସହ ୪ଥର ୫ ୱିକେଟ୍‌ ସଫଳତା ହାସଲ କରିଥିଲେ।

ସେହିପରି ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ତାଲିକାରେ ଇମାଙ୍କ ସମେତ ଇଂଲଣ୍ଡର ନତାଲି ସ୍କିଭର ଓ ଭାରତର ରେଣୁକା ସିଂହ ଠାକୁର ସାମିଲ୍‌ ରହିଥିଲେ । ଇମା ଉଭୟଙ୍କୁ ପଛରେ ପକାଇ ଦେଇଥିଲେ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ଖେଳିଥିଲେ । ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିଥିବାବେଳେ ପରବର୍ତ୍ତୀ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ୬୭ ଓ ୬୫ରନ୍‌ର ଇନିଂସ୍‌ ଖେଳିଥିଲେ । ଏହାଛଡ଼ା ୩ଟି ୱିକେଟ୍‌ ନେବାରେ ସଫଳ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.