କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର
28/05/2018 at 2:38 AM

ଚିଟ୍ ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ଚୌଦ୍ୱାର କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି..କଟକର ଆଞ୍ଚଳିକ ମେରୁଦଣ୍ଡ ଚିକିତ୍ସା କେନ୍ଦ୍ରରେ ଏବେ ବି ଚିକିତ୍ସିତ ହେ୍ଉଛନ୍ତି ପ୍ରଭାତ ବିଶ୍ବାଳ…..ଗତକାଲି ତାଙ୍କର ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଆସିବା ପରେ ତାଙ୍କ ତଳି ପେଟରେ ପୂଜ ଜମିଯାଇଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି….ତେବେ ଏବେ ପ୍ରଭାତ ବାବୁ ଇଲେକ୍ଟ୍ରୋ ଫିଜିଥେରାପି ଚିକିତ୍ସାରେ ଅଛନ୍ତି… ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ବେଳେ ଏବେ ସେ ଓ୍ବାକର୍ ଧରି ଧୀରେ ଧୀରେ ଚଲାବୁଲା କରୁଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି…..
ଆଞ୍ଚଳିକ ମେରୁଦଣ୍ଡ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ ପ୍ରଭାତ ବିଶ୍ବାଳଙ୍କ ମାନସିକ ଅବସ୍ଥା ମଧ୍ୟ ଭଲ ନାହିଁ ବୋଲି ତାଙ୍କ ଆଟେଣ୍ଡାଣ୍ଟ କହିଛନ୍ତି….ବେଶୀ ସମୟ କାହା ସହ କଥା ହୋଇ ପାରୁନଥିବା ପ୍ରଭାତ ବାବୁ ଅନ୍ୟର ସାହାରା ବିନା ଚଲାବୁଲା କରି ପାରୁନଥିବା ଜଣାପଡିଛି….ତେବେ ଏବେ ତାଙ୍କର ଇଲେକ୍ଟ୍ରୋ ଫିଜିଓଥେରାପି କରାଯାଉଥିବା ଜଣାପଡିଛି….ଏବେ ପ୍ରଭାତ ବିଶ୍ୱାଳ ଓ୍ବାକର୍ ଧରି ଧୀରେ ଧୀରେ ଚଲାବୁଲା କରୁଥିବା ତାଙ୍କ ଆଟେଣ୍ଡାଣ୍ଟ କହିଛନ୍ତି….