Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ବଡି ସେମିଙ୍ଗର ଶିକାର ହେଲେ ବାହୁବଲୀ ଷ୍ଟାର୍ , କେବେ ତାଙ୍କ ଗୁଡ୍ ଲୁକ୍ସରେ ସମସ୍ତଙ୍କୁ କରୁଥିଲେ ଦିୱାନା

26/08/2021 at 12:48 PM

ନୂଆଦିଲ୍ଲୀ ୨୬/୦୮ : ସୋସିଆଲ ମିଡିଆରେ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ବଡି ସେମ୍ କରାଯିବା ପ୍ରାୟତଃ ଦେଖାଯାଏ । ନିକଟରେ ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ, ଯାହାଙ୍କ ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଡ୍ୟାନ୍ସ ରିହର୍ସାଲରୁ ଫେରୁଥିବା ବେଳେ ପ୍ରଭାସଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

प्रभास

ଏହି ଫଟୋରେ ପ୍ରଭାସଙ୍କୁ ଅତି ସିମ୍ପଲ୍ ଭାବରେ ଦେଖିବାକୁ ମିଳିଛି ​​। ସେ ବିନା ମେକଅପରେ ଏବଂ ତାଙ୍କ ଓଜନ ଅଧିକ ବଢିଯାଇଥିବା ଦେଖାଯାଇଛି । ବର୍ତ୍ତମାନ କିଛି ୟୁଜର୍ ସୋସିଆଲ ମିଡିଆରେ ପ୍ରଭାସଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି ।

କେହି ୟୁଜର୍ ପ୍ରଭାସଙ୍କୁ ବିନା ମେକଅପ୍ ରେ କ୍ଷୀରବାଲା ଅଙ୍କଲ୍ ପରି ଦେଖାଯାଉଛନ୍ତି କହୁଥିବାବେଳେ ଆଉ କେହି ତାଙ୍କୁ ପାୱଭାଜି ବିକ୍ରି କରୁଥିବା ଭଳି ଦେଖାଯାଉଛନ୍ତି ବୋଲି କହୁଛନ୍ତି । ଅନେକ ୟୁଜର୍ ଦୁଃଖ ପ୍ରକାଶ କରୁଛନ୍ତି ଯେ ପ୍ରଭାସଙ୍କର କ’ଣ ହୋଇଛି ଯେ ସେ ଏପରି ଦେଖାଯାଉଛନ୍ତି ।

Free Download Allu Arjun Wallpapers Group - Prabhas Images In Bahubali Hd -  1920x1080 Wallpaper - teahub.io

ବାହୁବଲୀ ଫିଲ୍ମରେ ତାଙ୍କର ଷ୍ଟ୍ରଙ୍ଗ୍ ବଡି ଏବଂ ଲୁକ୍ସକୁ ବହୁତ ପ୍ରଶଂସା କରାଯାଇଥିଲା । କିନ୍ତୁ ଏପରି କିଛି ୟୁଜର୍ ପ୍ରଭାସଙ୍କୁ ବିନା ମେକଅପ୍ ରେ ଦେଖି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ପ୍ରଶଂସକ ସେମାନଙ୍କର ପ୍ରିୟ ଷ୍ଟାରଙ୍କୁ ସବୁବେଳେ ସୁନ୍ଦର ଏବଂ ୟଙ୍ଗ୍ ଦେଖିବାକୁ ପସନ୍ଦ କରନ୍ତି । ତେଣୁ ପ୍ରଭାସଙ୍କୁ ଏପରି ଦେଖି ତାଙ୍କ ଫ୍ୟାନ୍ସ ନିରାଶ ହୋଇଯାଇଛନ୍ତି ।

   Related Posts