ପ୍ରଭାସଙ୍କ ସାଲାର ହେବ ସୁପରହିଟ୍‌ ? ମେକର୍ସ କଲେ ସ୍ପେଶାଲ ପ୍ଲାନ

Published By : Prameya-News7 Bureau | November 16, 2023 IST

ମୁମ୍ଵାଇ ୧୬।୧୧: ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସାଲାର। ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି। ଦୀର୍ଘ ଦିନ ଧରି ଫିଲ୍ମ (ସାଲାର ରିଲିଜ୍) ବିଷୟରେ ଚର୍ଚ୍ଚା ହୋଇଥିଲା। ନିର୍ମାତା ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସହିତ ବିଭିନ୍ନ କୌଶଳ ଚେଷ୍ଟା କରୁଛନ୍ତି। ଏହି ସମୟରେ ବକ୍ସ ଅଫିସରେ ଫିଲ୍ମକୁ ସୁପରହିଟ୍ କରିବା ପାଇଁ ଏକ ବଡ ରିକ୍ସ ନେଇଛନ୍ତି।

ତେବେ କେଜିଏଫ୍ ତାରକା ୟଶ ପ୍ରଭାସଙ୍କ ସାଲାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ଖବର ହେଉଛି ଏଥିରେ ଅଭିନେତା ଏକ କ୍ୟାମିଓରେ ଦେଖିବାକୁ ମିଳିବେ ।  ଫିଲ୍ମରେ ଏକ ସ୍ଵତନ୍ତ୍ର କ୍ୟାମିଓ ପାଇଁ ପ୍ରଶାନ୍ତ ନୀଲ ମଧ୍ୟ ୟଶଙ୍କ ସହ କଥା ହୋଇଛନ୍ତି। ଅଭିନେତା ମଧ୍ୟ ଏଥିପାଇଁ ରାଜି ହୋଇଛନ୍ତି।ଫିଲ୍ମର କ୍ଲାଇମାକ୍ସରେ ଦେଖିବାକୁ ମିଳିବ। ସାଲାର ଚଳିତ ବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛି। ଏହା ଶାହାରୁଖ ଖାନଙ୍କ ଡିଙ୍କି ସହିତ ପ୍ରତିଦ୍ଵନ୍ଦିତା କରିବାକୁ ଯାଉଛି। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା। ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା

ହୋମବେଲ୍ସ ଫିଲ୍ମର ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି। ସାଲାର ହେଉଛି ଏକ ଆକ୍ସନ୍-ଥ୍ରୀଲର୍ । ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ ଏବଂ ପ୍ରୀତିରାଜ ସୁକୁମାରନ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଯେତେବେଳେ କି ଜଗପତି ବାବୁ ଏହି ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରିବେ।

wp:embed {"url":"https://www.prameyanews7.com/priyanka-chopra-husband-nick-jonas-suffer-from-type-1-diabetes/","type":"wp-embed","providerNameSlug":"prameya-news-7"}
https://www.prameyanews7.com/priyanka-chopra-husband-nick-jonas-suffer-from-type-1-diabetes/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.