ବିଦେଶରୁ ଫିଲ୍ମ ସୁଟିଂ ସାରି ଫେରି ଅନ୍ୟ ପାଇଁ ଉଦାହରଣ ପାଲଟିଲେ ବାହୁବଳୀ ଷ୍ଟାର୍, ଜାଣନ୍ତୁ କେମିତି...

Published By : Prameya-News7 Bureau | March 22, 2020 IST

ମୁମ୍ବାଇ ୨୨।୦୩ : ଦେଶରେ କରୋନାକୁ ନେଇ ସମସ୍ତେ ସଜାଗ ହେବା ଜରୁରୀ ବୋଲି ସରକାର ସଚେତନ କରୁଛନ୍ତି । ଗୋଟିଏ ପଟେ ଗାୟିକା କନିକା କପୁର ବିଦେଶରୁ ଫେରି କାହାକୁ ନଜଣାଇ ଏବଂ ମେଡିକାଲ ଯାଞ୍ଚ ନକରି ସର୍ବସାଧାରଣ ସ୍ଥାନରେ ପାର୍ଟି କରିଥିଲେ । ଯାହାକି କରୋନା ସଂକ୍ରମଣ ବ୍ୟାପିବାରେ ସହାୟକ ହୋଇଥାଏ । ତେବେ କନିକା କପୁରଙ୍କ ଏଭଳି କାମ ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ସିନେମା ଜଗତକ ଅନ୍ୟ ବଡ ଅଭିନେତା ଓ ଅଭିନେତ୍ରୀମାନେ ବିଦେଶରୁ ଫେରି ନିଜକୁ ହୋମ୍ ଆଇସୋଲେସନରେ ରଖଛନ୍ତି । ଏହାସହ ସାରା ସମାଜକୁ ସର୍ତକ ରହିବାର ସନ୍ଦେଶ ଦେଉଛନ୍ତି । ତେବେ ଏହିପରି ସନ୍ଦେଶ ଦେଇଛନ୍ତି ଅଭିନେତା ପ୍ରଭାସ ।

wp:html
/wp:html

ବାହୁବଳୀ ଅଭିନେତା ପ୍ରଭାସ ନିଜର ଆଗାମୀ ଫିଲ୍ମର ସୁଟିଂ ପାଇଁ ବିଦେଶ ଗସ୍ତ କରିଥିଲେ । କିଛିଦିନ ହେଲା ସେ ବିଦେଶରୁ ଫେରି ଆସିଛନ୍ତି । ତେବେ ପ୍ରଭାସ ବିଦେଶରୁ ଫେରିବା ପରେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍‌ରେ ରଖଛନ୍ତି । ଏବଂ ଏପରି କରି ସେ ସମାଜ ପାଇଁ ଏକ ଭଲ ବାର୍ତ୍ତା ଦେଇଛନ୍ତି । ତେବେ ନିଜକୁ କ୍ଯାରେଣ୍ଟାଇନରେ ରଖିବା କଥା ପ୍ରଭାସ ନିଜେ ଜଣାଇଛନ୍ତି ।

{"id":242321,"sizeSlug":"large"}

ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଫ୍ୟାନ୍ ଓ ସାଧାରଣ ଜନତାଙ୍କୁ ଜଣାଇଛନ୍ତି । ପ୍ରଭାସ ପୋଷ୍ଟ କରି କହିଛନ୍ତି ଯେ, 'ମୁଁ ବିଦେଶରୁ ସୁରକ୍ଷିତ ଫେରିବା ପରେ ଦେଶରେ କରୋନା ସ୍ଥିତି ନେଇ ମୁଁ କ୍ବାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛି । ଆଶା କରୁଛି ଆପଣମାନେ ନିଜର ସ୍ବାସ୍ଥ୍ୟର ଧ୍ୟାନ ଠିକ୍ ଭାବେ ରଖୁଥିବେ ।' ତେବେ ପ୍ରଭାସଙ୍କ ଏଭଳି କାମ ପାଇଁ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.