ହସ୍ପିଟାଲରେ ଭର୍ତ୍ତି ପ୍ରଶଂସକଙ୍କୁ ଭେଟିଲେ ପ୍ରଭାସ, ଅଭିନେତାଙ୍କ ଉଦାରତାକୁ ଦେଖି ସୋସିଆଲ ମିଡିଆରେ ପ୍ରଶଂସା

Published By : Prameya-News7 Bureau | September 20, 2021 IST

ମୁମ୍ବାଇ ୨୦/୦୯: ଅଭିନେତା ପ୍ରଭାସ ଫିଲ୍ମ ଦୁନିଆରେ ଏକ ମହାନ ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତାଙ୍କର ଭଲ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି। ଅଭିନେତା ତାଙ୍କର ଉଦାରତା ପାଇଁ ମଧ୍ୟ ବେଶ୍ ଜଣାଶୁଣା। ସେ ତାଙ୍କ ପ୍ରଶଂସକଙ୍କୁ ବହୁତ ଭଲ ପାଆନ୍ତି ଏବଂ ସର୍ବଦା ସେମାନଙ୍କ ପାଖରେ ଥାଆନ୍ତି।  ପ୍ରଭାସ ତାଙ୍କ କାମରେ ବହୁତ ବିଜି ଥାଇ ମଧ୍ୟ ସେ ସମୟ ବାହାର କରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ଛୋଟ ଫ୍ୟାନ୍ସଙ୍କୁ ଭେଟିଛନ୍ତି ଏବଂ ତାଙ୍କ ସହ ବହୁତ କଥାବାର୍ତ୍ତା କରିଛନ୍ତି, ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

{"width":613,"height":613}

ସୂଚନା ଅନୁଯାୟୀ, ପ୍ରଭାସ ଭିଡିଓ ଚାଟ୍ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ଛୋଟ ପ୍ରଶଂସକଙ୍କୁ ଭେଟିଛନ୍ତି। ତାଙ୍କ ସହ ଘଣ୍ଟା ଘଣ୍ଟା ଧରି ତାଙ୍କ ଫିଲ୍ମ ବିଷୟରେ କଥାବାର୍ତ୍ତା ହୋଇଛନ୍ତି। ଅଭିନେତା ଡାକ୍ତରଖାନାର ଲୋକମାନଙ୍କୁ ମଧ୍ୟ ସେମାନଙ୍କର ଉଦାରତା ପାଇଁ ଧନ୍ୟବାଦ ଦେଇଛନ୍ତି। ସମସ୍ତେ ଅଭିନେତାଙ୍କର ଏହି ଉଦାରତାକୁ ମଧ୍ୟ ପ୍ରଶଂସା କରୁଛନ୍ତି।

{"width":613,"height":684}

ଏହାପୂର୍ବରୁ କ୍ୟାନ୍ସର ରୋଗ ସହ ଲଢୁଥିବା ୨୦ ବର୍ଷୀୟ ପ୍ରଶଂସକ ତାଙ୍କର ଶେଷ ଇଚ୍ଛା ପ୍ରକାଶ କରିବାବେଳେ ପ୍ରଭାସଙ୍କୁ ଭେଟିବାକୁ ଚାହୁଁଥିଲେ। ଏହି ଖବର ପ୍ରଭାସଙ୍କ ପାଖରେ ପହଞ୍ଚିବା ମାତ୍ରେ ସେ ସଙ୍ଗେ ସଙ୍ଗେ ସୁଟିଂ ଛାଡି ତାଙ୍କୁ ଭେଟିବା ପାଇଁ ସିଧା ଡାକ୍ତରଖାନାକୁ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.