scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଭାସ ଓ ଦୀପିକାଙ୍କ ସୁପର ହିଟ୍‌ ଫିଲ୍ମ Project K ନୁହେଁ, ଟିଜର ରିଲିଜ୍‌ରେ ସାମ୍ନାକୁ ଆସିଲା ନୂଆ ନାଁ

21/07/2023 at 7:24 PM

ନୂଆଦିଲ୍ଲୀ: ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନିତ ଫିଲ୍ମ ‘ପ୍ରୋଜେକ୍ଟ କେ’ର ଟିଜର ରିଲିଜ୍ ହୋଇଛି। ଗୁରୁବାର ଫିଲ୍ମ ନିର୍ମାତାମାନେ ଆମେରିକାର ସାନ ଡିଏଗୋ କମିକ୍-କନ୍‌ରେ ଏହାର ପ୍ରଥମ ଝଲକ ଦେଖାଇବା ସହ ଫିଲ୍ମର ନାଁ ଖୁଲାସା କରିଛନ୍ତି। ଭାରତର ଏହି କାଳ୍ପନିକ ବିଜ୍ଞାନ(ସାଇନ୍ସ ଫିକ୍ସନ) ସିନେମାଟିର ନାଁ ରହିଛି କଳ୍‌କି ୨୮୯୮ଏଡି (Kalki 2898 AD)

ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଏବଂ ପ୍ରଭାସଙ୍କୁ ଫ୍ୟୁଚର(ଭବିଷ୍ୟ) ଦୁନିଆରେ ରହୁଥିବା ଦର୍ଶାଯାଇଛି। ଏଥିରେ ପ୍ରଭାସ ଓ ଅମିତାଭଙ୍କୁ ଯୁଦ୍ଧ ସ୍ଥିତିରେ ଯୋଦ୍ଧା ଭାବରେ ଦର୍ଶାଯାଇଛି। ୨୦୨୪ ଜାନୁଆରୀ ୧୨ ତାରିଖରେ କଳ୍‌କି ୨୮୯୮ଏଡି ମୁକ୍ତିଲାଭ କରିବ।

ପଢ଼ନ୍ତୁ-ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମାଣ ହେବ ଆଉ ଏକ ବାୟୋପିକ୍‌, ମୁଖ୍ୟ ଭୂମିକାରେ ବିଗ୍‌ ବି !

ଟିଜର ରିଲିଜ୍ କାର୍ଯ୍ୟକ୍ରମରେ ପ୍ରଭାସ, କମଲ ହାସନ ଏବଂ ରାଣା ଡାଗୁବତୀ ଉପସ୍ଥିତ ଥିଲେ ହେଁ ଦୀପିକା ପାଦୁକୋନ ଆସିପାରି ନଥିଲେ। ଆମେରିକାରେ ସ୍କ୍ରିନ୍ ଆକ୍ଟର୍ସ ଗିଲ୍ଡ-ଆମେରିକାନ ଫେଡେରେସନ୍ ଅଫ୍ ରେଡିଓ ଏବଂ ଟେଲିଭିଜନ ଆର୍ଟିଷ୍ଟସ୍ (SAG-AFTRA)ର ଷ୍ଟ୍ରାଇକ୍ ଯୋଗୁ ଦୀପିକା ପାଦୁକୋନ୍ ଏହି କାର୍ଯ୍ୟକ୍ରମର ଯୋଗ ଦେଇପାରି ନଥିଲେ। କାରଣ ଦୀପିକା SAG-AFTRA ସଦସ୍ୟ ଅଛନ୍ତି।

SDCCରେ ପ୍ରଥମ ଭାରତୀୟ ସିନେମା ଡେବ୍ୟୁ

ସାନ ଡିଏଗୋ କମିକ୍-କନ୍ (SDCC) ୨୦୨୩ରେ ଡେବ୍ୟୁ କରିଥିବା ‘ପ୍ରୋଜେକ୍ଟ କେ’ ପ୍ରଥମ ଭାରତୀୟ ଚଳଚ୍ଚିତ୍ର। ଏହା ପୂର୍ବରୁ କୌଣସି ଫିଲ୍ମ କମିକ କନ୍‌ରେ ସ୍ଥାନ ପାଇ ନାହିଁ। ସାନ ଡିଏଗୋ କମିକ୍-କନ୍ ଇଣ୍ଟର ନ୍ୟାସ୍‌ନାଲ ହେଉଛି ଏକ କମିକ ବୁକ୍ ସମ୍ମିଳନୀ ତଥା ବହୁ ବର୍ଗୀୟ ମନୋରଞ୍ଜନମୂଳକ ଅଣଲାଭକାରୀ କାର୍ଯ୍ୟକ୍ରମ। ଯାହା ୧୯୭୦ରୁ ଆମେରିକା କାଲିଫର୍ଣ୍ଣିଆର ସେନ ଡିଏଗୋରେ ଆୟୋଜିତ ହୋଇ ଆସୁଛି। ‘ପ୍ରୋଜେକ୍ଟ କେ’ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନାଗ ଅଶ୍ୱିନୀ।

କଳ୍‌କି ୨୮୯୮ଏଡି

ଏହି ସିନେମାର ରଚନା ଓ ନିର୍ଦ୍ଦେଶନା ନାଗ ଅଶ୍ୱିନୀ ଦେଇଥିବା ବେଳେ ଏହାର ପ୍ରଯୋଜନାରେ ଅଛନ୍ତି ସି ଅଶ୍ୱିନୀ ଓ ବୈଜୟନ୍ତୀ ମୁଭୀ। ସିନେମାରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚନ, କମଲ ହାସନ, ଏବଂ ଦିଶା ପାଟାନୀଙ୍କ ଭଳି ଏକାଧିକ ଷ୍ଟାର୍‌କାଷ୍ଟ ରହିଛି।

ହିନ୍ଦୁ ପୁରାଣ ଅନୁସାରେ କଳ୍‌କୀ ହେଉଛି ବିଷ୍ଣୁଙ୍କର ଦଶମ ତଥା ଶେଷ ଅବତାର। କଳିଯୁଗ ଚରମ ସୀମାରେ ପହଞ୍ଚିଲେ, ପାପୀମାନଙ୍କ ବିନାଶ ପାଇଁ ଭଗବାନ ବିଷ୍ଣୁ କଳ୍‌କୀ ଅବତାର ଧାରଣ କରି ଆସିବେ। ୧୨ ହାତ ଖଣ୍ଡାରେ ମ୍ଳେଛ ସଂହାର କରିବେ। ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବାକୁ ଥିବା କଳ୍‌କି ୨୮୯୮ଏଡି ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିବ।

Project K नहीं ये है प्रभास-दीपिका पादुकोण की फिल्म का नाम, टीजर देख फ्यूचर की दुनिया में खो जाएंगे आप

   Related Posts