ଖୁବ୍ ଶୀଘ୍ର ପ୍ରଭାସଙ୍କର ପଡିବ ହାତଗଣ୍ଠି ! ଟ୍ରେଲର ଲଞ୍ଚରେ ବିବାହକୁ ନେଇ କହିଲେ ଏମିତି…
7/06/2023 at 9:50 AM

ମୁମ୍ଵାଇ ୦୭।୦୬: ସାଉଥ ସୁପରଷ୍ଟାର ପ୍ରଭାସ। ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ । ୧୬ ଜୁନ୍ରେ ରିଲିଜ୍ ହେବାକୁ ଯାଉଛି। ରିଲିଜ୍ ହେବାର ୧୦ ଦିନ ପୂର୍ବରୁ ନିର୍ମାତାମାନେ ଫିଲ୍ମର ହାଇପ କରିବା ପାଇଁ ଫାଇନାଲ ଟ୍ରେଲର ଲଞ୍ଚ କରିଛନ୍ତି । ଏହି ନୂଆ ଟ୍ରେଲରରେ ପ୍ରଭୁ ରାମଙ୍କ ବେରେ ପ୍ରଭାସ ସୀତା ଭାବରେ କ୍ରିତି ଏବେ ରାବଣ ଭୂମିକାରେ ସୈଫ୍ ଅନେକ ନୂଆ ଡାଏଲଗ୍ ଦମଦାର୍ ସିନ୍ ଦେଖିବାକୁ ମିଳିଛି । କିନ୍ତୁ ସବୁଠାରୁ ବଡ କଥା ହେଲା , ପ୍ରଭାସ ଲାଇମ୍ ଲାଇଟ୍କୁ ଆସିବାର କାରଣ ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ର ନୂଆ ଟ୍ରେଲର ନୁହେଁ ବରଂ ସେ ଦେଇଥିବା ଉତ୍ତର।

ନିକଟରେ ପ୍ରଭାସ ଦେଶର ମୋଷ୍ଟ ଏଲିଜିବଲ ବ୍ୟାଚଲର । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ ତାଙ୍କ ରିଲେଶନସିପ୍ ଷ୍ଟାଟସ ବିଷୟରେ ଜାଣିବାକୁ ଖୁବ୍ ଆଗ୍ରହୀ । ହେଲେ ପ୍ରଭାସ ତାଙ୍କ ଅଫେୟାର୍ସ ସହ ଜଡିତ ପ୍ରଶ୍ନ ଉପରେ ମୁହଁ ଖୋଲୁଥିବାର ନଜର ଆସିଥିଲେ। ଏଥର ସେ ତାଙ୍କ ପ୍ରଶଂସକଙ୍କ ଆଶ୍ଚର୍ଯ୍ୟ କଲା ପରି ଉତ୍ତର ଦେଇଛନ୍ତି । ‘ଆଦିପୁରୁଷ’ର ଫାଇନାଲ ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯେତେବେଳେ ଜଣେ ପ୍ରଶଂସକ ପ୍ରଭାସଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲେ, ସେତେବେଳେ ପ୍ରଭାସ ଥଟ୍ଟା କରି କହିଥିଲେ ଯେ ମୁଁ ତିରୁପତିରେ ବିବାହ କରିବି। ପ୍ରଭାସଙ୍କ ଏହି ଉତ୍ତର ତାଙ୍କ ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛି ।
ଇଭେଣ୍ଟ ସମୟରେ ପ୍ରଭାସ ଥଟ୍ଟା କରି ତାଙ୍କ ପ୍ରଶଂସକମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ବର୍ତ୍ତମାନ ଠାରୁ ସେ ପ୍ରତିବର୍ଷ ଦୁଇଟି ଚଳଚ୍ଚିତ୍ର ନେଇ ଆସିବେ। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସମ୍ଭବ ତେବେ ସେ ତୃତୀୟ ଚଳଚ୍ଚିତ୍ରରେ ମଧ୍ୟ କାମ ଆରମ୍ଭ କରିବେ। କହିବାକୁ ଗଲେ, ରାଜାମୌଲିଙ୍କ ଫିଲ୍ମ ‘ବାହୁବଲୀ’ ଏବଂ ‘ବାହୁବଲୀ ୨’ର ସଫଳତା ପରେ ପ୍ରଭାସ ଏକ ପ୍ୟାନ୍ ଇଣ୍ଡିଆ ତାରକା ହୋଇପାରିଛନ୍ତି। ଏଭଳି ପରିସ୍ଥିତିରେ କେବଳ ଦକ୍ଷିଣର ଦର୍ଶକ ନୁହଁନ୍ତି ସମଗ୍ର ଦେଶର ଦର୍ଶକ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି।
You Can Read: