ଏହି ଡିଜିଟାଲ୍‌ ପ୍ଲାଟଫର୍ମରେ 'ଆଦିପୁରୁଷ' ଲିକ୍‌, କିଛି ଘଣ୍ଟାରେ ହେଲା ମିଲିୟନ୍‌ ଭ୍ୟୁ

Published By : Prameya-News7 Bureau | July 10, 2023 IST

ମୁମ୍ଵାଇ ୧୦।୦୭: ପ୍ରଭାସ-କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ନେଇ ବିବାଦ ଶେଷ ହୋଇଛି। ଏଥି ସହିତ, ଫିଲ୍ମର ସ୍କ୍ରିନିଂ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି। ହେଲେ ଏପର୍ଯ୍ୟନ୍ତ ଫିଲ୍ମର ଅସୁବିଧାର ସମ୍ମୁଖୀନ ହେଉଛି।  ଏବେ ଫିଲ୍ମର ଅନଲାଇନ୍ ଲିକ୍ ପ୍ରସଙ୍ଗ ସାମ୍ନାକୁ ଆସିଛି। ୟୁଟ୍ୟୁବ୍ ପ୍ଲାଟଫର୍ମରେ 'ଆଦିପୁରୁଷ' ଲିକ୍ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ୟୁଟ୍ୟୁବରେ HD କ୍ଵାଲିଟିରେ ଉପଲବ୍ଧ । ଏହା ସହିତ ୨.୩ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି । ବର୍ତ୍ତମାନ ୟୁଟ୍ୟୁବରେ ଫିଲ୍ମକୁ ହଟାଇ ଦିଆଯାଇଛି । ସାଇଟର ମାଲିକ ଚଳଚ୍ଚିତ୍ର ଡିଲିଟ କରିଛନ୍ତି ।

ଓମ ରାଉତଙ୍କ ଚଳଚ୍ଚିତ୍ର 'ଆଦିପୁରୁଷ' ଏହାର ସଂଳାପ ଏବଂ ଚରିତ୍ରମାନଙ୍କ ଚେହେରାକୁ ନେଇ ଅନେକ ବିବାଦର ସମ୍ମୁଖୀନ ହୋଇଛି । ହେଲେ ନିର୍ମାତାମାନେ ବିବାଦ କାରଣରୁ ଫିଲ୍ମର ସଂଳାପକୁ ବଦଳାଇ ଦେଇଥିଲେ। ଏଥିପାଇଁ  ଫିଲ୍ମ ପ୍ରତି ଲୋକଙ୍କ ବିରୋଧ ହ୍ରାସ ହୋଇଥିଲା। ନିକଟରେ ଡାଏଲଗ ଲେଖକ ମନୋଜ ମୁନ୍ତାଶୀର ଟ୍ଵିଟ୍‌ କରି କ୍ଷମା ମାଗିଥିଲେ । କହିଥିଲେ ଫିଲ୍ମ ଯୋଗୁଁ ଲୋକଙ୍କ ଧାର୍ମିକ ଭାବନାକୁ ଆଘତ ପାଇଛି । ଏଥିପାଇଁ ସେ ହାତ ଯୋଡି କ୍ଷମା ମାଗିଛନ୍ତି ।

wp:html
/wp:html

ମନୋଜ ମୁନ୍ତାଶୀର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ମୁଁ ଗ୍ରହଣ କରେ ଯେ ଆଦିପୁରୁଷ ଚଳଚ୍ଚିତ୍ର ଦ୍ୱାରା ଜନସାଧାରଣଙ୍କ ଭାବନାକୁ କ୍ଷତି ପହଞ୍ଚିଛି । ମୋର ସମସ୍ତ ଭାଇ ଓ ଭଉଣୀ, ବଡଲୋକ, ସମ୍ମାନିତ ସାଧକ ଏବଂ ଶ୍ରୀ ରାମଙ୍କ ଭକ୍ତମାନଙ୍କୁ ମୁଁ ବିନା ସର୍ତ୍ତରେ କ୍ଷମା ମାଗୁଛି। ଭଗବାନ ବଜରଙ୍ଗ ବାଲି ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।

wp:embed {"url":"https://www.prameyanews7.com/jawan-prevue-shah-rukh-khan-in-action-mode-deepika-padukone-surprise-entry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jawan-prevue-shah-rukh-khan-in-action-mode-deepika-padukone-surprise-entry/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.