ଜାପାନକୁ ମାଡି ଆସୁଛି ସାମୁଦ୍ରିକ ଝଡ ‘ଟ୍ରମି’
30/09/2018 at 10:21 AM

ଟୋକିଓ ୩୦|୯: ଜାପାନକୁ ମାଡି ଆସୁଛି ସାମୁଦ୍ରିକ ଝଡ ଟ୍ରମି। ଏହାର ପ୍ରଭାବରେ ଜାପାନ ଓକିନାୱା ଦ୍ବୀପାଞ୍ଚଳରେ ପ୍ରବଳ ବର୍ଷା ଓ ପବନ ବହିବା ଆରମ୍ଭ ହୋଇଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଏହା ଉଗ୍ରରୂପ ଧାରଣ କରିବ। ଏହାର ପ୍ରଭାବରେ ଘଣ୍ଟା ପିଛା ୨୧୬ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଟ୍ରମିର ପ୍ରଭାବକୁ ଦୃଷ୍ଟିରେ ରଖି ଓକିନାୱାରେ ପାଖାପାଖି ଅଞ୍ଚଳର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।