ଏହି ଗଛର ଛାଲି ମହିଳାଙ୍କ ପାଇଁ ଅତି ଲାଭଦାୟକ- ଦୂର କରେ କଠିନରୁ କଠିନ ସମସ୍ୟା

Published By : Prameya-News7 Bureau | November 04, 2019 IST

ଓସ୍ତ ଗଛର ଛାଲି ମହିଳାମାନଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହି ଛାଲି ମହିଳାମାନଙ୍କୁ ଶକ୍ତି ପ୍ରଦାନ କରେ। ଆୟୁର୍ବେଦ ଅନୁସାରେ ଓସ୍ତ ଗଛର ଛାଲି ମହିଳାମାନଙ୍କ ପାଇଁ କୌଣସି ଆୟୁର୍ବେଦିୟ ଔଷଧଠୁ କମ ନୁହେଁ। ଏଥିରେ ଭରପୁର ମାତ୍ରାର ଆୟୁର୍ବେଦିୟ ତତ୍ତ୍ବ ରହିଛି। ଏଥିରେ ଆଇରନ, କ୍ୟାଲସିଅମ୍‌, ମାଗ୍ନେସିଅମ୍‌, ଫାଇବର, ଜିଙ୍କ ଓ ଫଲିକ ଏସିଡ୍‌ ରହିଛି ଯାହା ମହିଳାମାନଙ୍କ ଶରୀର ଓ ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ।

{"id":178885}

ଓସ୍ତ ଗଛଛାଲର ଚା’ ପ୍ରତିଦିନ ପିଇଲେ ହୃଦରୋଗରୁ ମୁକ୍ତି ମିଳିଥାଏ। ଏହା ଦ୍ବାରା ହୃଦୟ ମଜବୁତ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। ମହିଳାମାନଙ୍କ ସ୍ବାସ୍ଥ୍ୟ ଭଲ ହେବା ସହ ସେମାନେ ଅଧିକ ଜୀବନ୍ତ ଅନୁଭବ କରନ୍ତି। ଓସ୍ତ ଗଛର ଛାଲିକୁ ପାଣିରେ ଫୁଟାଇ ପିଇଲେ ମହିଳାମାନଙ୍କ ହାଡ ଗଣ୍ଠି ସମସ୍ୟା ଦୂର ହୋଇଥାଏ। ଏହା କିଡନୀର କେତକ ସମସ୍ୟାରେ ସୁଧାର ଆଣିଥାଏ ଓ ୟୁରିକ ଏସିଡ ବା ଅନ୍ୟାନ୍ୟ କ୍ଷତିକାରକ ତତ୍ତ୍ବକୁ ଶରୀରୁ ବାହାର କରିଥାଏ।

{"id":178886}

ଓସ୍ତ ଗଛର ଛାଲି ମହିଳାମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। କାରଣ ଏହା ମହିଳାମାନଙ୍କ ଶରୀରର ପ୍ରୋଜେଷ୍ଟେରନ ହର୍ମୋନର ମାତ୍ରା ବଢାଏ। ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶରେ ଏହାକୁ ଗ୍ରହଣ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.