ମରୋକ୍କୋରେ ଶକ୍ତିଶାଳୀ ଭୂମିକମ୍ପ; ୨୯୬ଜଣ ମୃତ, ରିକ୍ଟର ସ୍କେଲରେ ତିବ୍ରତା ୬.୮ ରେକର୍ଡ
9/09/2023 at 8:48 AM

ନୂଆଦିଲ୍ଲୀ, ୦୮/୦୯: ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲର ଏହାର ତିବ୍ରତା ୬.୮ ରେକର୍ଡ କରାଯାଇଛି । ସ୍ଥାନୀୟ ସମୟ ରାତି ୧୧ଟା ୧୧ମିନିଟ୍ରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂମିକମ୍ପରେ ଏବେ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଆହତ ହୋଇଛନ୍ତି ।
ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଅନୁସାରେ, ମରୋକ୍କୋରେ ଆସିଥିବା ଏହି ଭୂମିକମ୍ପ ସବୁଠୁ ଶକ୍ତିଶାଳୀ । ଏହାର କେନ୍ଦ୍ରସ୍ଥଳ ଏଟଲସ୍ ପର୍ବତଶ୍ରେଣୀ ଠାରୁ ୭୧ କିଲୋମିଟର ଦୂର ଇଘିଲ୍ ବୋଲି କୁହାଯାଉଛି । ସେହିପରି ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୮ କିଲୋମିଟର ଗଭୀରତାରେ ରହିଛି। ଯାହାକି ଭୂମିକମ୍ପ ପରେ ଲୋକେ ଜୀବନ ବଞ୍ଚାଇବା ଲାଗି ଏଣେତେଣେ ଧାଁ ଦଉଡ଼ କରିଥିଲେ । ଭୂମିକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡ଼ି ଯାଇଥିବା ବେଳେ ଲୋକ ଧ୍ବଂସାବଶେଷ ତଳେ ଫସିରହିଥିବା ଅନୁମାନ କରାଯାଇଛି ।
Earthquake of Magnitude:6.7, Occurred on 09-09-2023, 03:41:00 IST, Lat: 31.13 & Long: -8.36, Depth: 10 Km ,Location: Morocco for more information Download the BhooKamp App https://t.co/r0vnkcLyWF@Indiametdept @ndmaindia @Dr_Mishra1966 @KirenRijiju @DDNational @Ravi_MoES
— National Center for Seismology (@NCS_Earthquake) September 8, 2023
ଭୂମିକମ୍ପ ପରେ ଏକାଧିକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଟେଲିଫୋନ୍ ଲାଇନ୍ କାଟି ଯାଉଛି । ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଭିଡ଼ ବଢ଼ିବାରେ ଲାଗିଛି । ମୋରୋକ୍କୋକୁ ଲାଗି ରହିଥିବା ଆଲଜେରିଆରେ ଭୂମିକମ୍ପ ଅନୁଭୂତ ହୋଇଛି ।