ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଚୀନରେ ଉତ୍କଟ ବିଦ୍ୟୁତ ସଙ୍କଟ: ଅନେକ ରାଜ୍ୟରେ ପାଓ୍ବାର କଟ୍, ହିଟିଂ ସିଷ୍ଟମ୍ ବନ୍ଦ କରିବାକୁ ନିର୍ଦେଶ

20/12/2020 at 7:33 PM

ନୂଆଦିଲ୍ଲୀ ୨୦/୧୨ : ଚୀନରେ ଅନେକ ରାଜ୍ୟରେ ଏବେ ବିଦ୍ୟୁତ ସଙ୍କଟ ଦେଖାଦେଇଛି ।  କୋଇଲା ଅଭାବରୁ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ବ୍ୟାପକ ପ୍ରଭାବ ପଡିଛି । ତେବେ ଏହି ସମସ୍ୟା ଗତ ୧୦ ଦିନ ହେବ ଆରମ୍ଭ ହୋଇଥିବା ସୂଚନା ମିଳିଛି । ସର୍ବ ପ୍ରଥମେ ସେଞ୍ଜିୟାଙ୍ଗ୍ ଅଞ୍ଚଳରେ ଥିବା ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡିକୁ ପ୍ରତି ୩ ଦିନରେ ଥରେ ଉତ୍ପାଦନ ବନ୍ଦ କରିବାକୁ କୁହାଯାଇଛି ।

ଚୀନରେ ଦେଖାଦେଇଥିବା ଉତ୍କଟ ବିଦ୍ୟୁତ ସଙ୍କଟ ଯୋଗୁଁ ସପିଂ ମଲ୍, ସିନେମା ହାଉସ୍, ବାର ଏବଂ ଅନ୍ୟ କମ୍ପାନୀଗୁଡିକୁ କାର୍ଯ୍ୟ ସମୟ କମ କରିବାକୁ ନିର୍ଦେଶ ଦିଆଯାଇଛି । ଏହା ସହିତ ହିଟିଂ ସିଷ୍ଟମକୁ ମଧ୍ୟ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ଚାଇନାର ଇକୋନୋମିକ୍ ଓ୍ବିକ୍‌ଲି ଏହି ଖବର ଛପାଇଛି ।  

ଚାଇନାର ଇକୋନୋମିକ୍ ଓ୍ବିକ୍‌ଲି ମୁତାବକ, କାର୍ବନ ଡାଇଅକ୍ସାଇଡ୍ କମ କରିବା ପାଇଁ ଜାଣିଶୁଣି କୋଇଲା ଯେଗାଣକୁ କମ କରାଯାଇଛି । ସେଞ୍ଜିୟାଙ୍ଗ୍ ରାଜ୍ୟର ବରିଷ୍ଠ ଅଧିକାରୀ କହିଛନ୍ତି ସକାଳ ଏବଂ ଦ୍ବିପ୍ରହରରେ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବାରୁ କିଛି ଅଞ୍ଚଳରେ ବିଦ୍ୟୁତ କାଟ୍ ମଧ୍ୟ ହୋଇପାରେ ।

ଚୀନ ୨୦୬୦ ଯାଏଁ ନିଜକୁ ଅଙ୍ଗାରକାମ୍ଳ ନିୟନ୍ତ୍ରକ କରିବା ଭଳି ଯୋଜନା ଘେଷଣା କରିଛି । କୋଇଲାରୁ ହିଁ ଅଧିକ ପରିମାଣର କାର୍ବନ ଗ୍ୟାସ୍ ନିର୍ଗତ ହେଉଥିବାରୁ ଏହି ଯୋଜନା ଲାଗୁ କରିଛି ଚୀନ । ଏପର୍ଯ୍ୟନ୍ତ ଅନେକ ରାଜ୍ୟରେ କୋଇଲା ଉପରେ ନିର୍ଭରଶୀଳ କିନ୍ତୁ ସେମାନଙ୍କୁ ସୌର ଶକ୍ତିର ବ୍ୟବହାର କରିବା ପାଇଁ ଚୀନ ସରକାର ନିର୍ଦେଶ ଦେଇଛନ୍ତି ।

   Related Posts