ବିଜୁଳି କର୍ମଚାରୀଙ୍କ ବିକ୍ଷୋଭ: ବିଜୁଳି ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ୧୫୦ ବିଧାୟକଙ୍କ ଘର ଅନ୍ଧାର

Published By : Prameya-News7 Bureau | October 06, 2020 IST

ଲକ୍ଷ୍ମୌ ୦୬/୧୦: ଉତ୍ତର ପ୍ରଦେଶରେ ବିଜୁଳିକର୍ମଚାରୀଙ୍କ କାର୍ଯ୍ୟ ବହିଷ୍କ୍କାର ଆନ୍ଦୋଳନ ଯୋଗୁ ଅନ୍ଧକାରରେ ଉତ୍ତରପ୍ରଦେଶ ବାସିନ୍ଦା। ଏ ପାଇଁ ସୋମବାର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟା, ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ସମେତ ତିନି ଡଜନରୁ ଅଧିକ ମନ୍ତ୍ରୀ ତଥା ୧୫୦ ବିଧାୟକ, ବିଧାନ ପରିଷଦ ସଦସ୍ୟଙ୍କ ସରକାରୀ ବାସଭବନ ସମେତ ବିଜୁଳି ସପ୍ଲାଏ ଠପ ହୋଇଯାଇଛି। ଭିଭିଆଇପି ଇଲାକାରେ ବିଜୁଳି ଚାଲିଯିବାରୁ ପାଓ୍ବାର କର୍ପୋରେସନ୍ ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ଶାସନ ସ୍ତରରେ ହଙ୍ଗାମ ଚାଲିଛି। ମାତ୍ର ବିଜୁଳି ବିଭାଗ ବିଦ୍ୟୁତ ଯୋଗାଣ କରିବାକୁ ମନା କରି ଦେଇଛନ୍ତି। ତେବେ ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ଅନ୍ୟ ଏକ ବିକଳ୍ପ ମାଧ୍ୟମରେ ବିଜୁଳି ସପ୍ଲାଏ ପ୍ରଦାନ କରାଯାଇଛି।

ଲେସା ରାଜଭବନ ଡିଭିଜନ ଅନ୍ତର୍ଗତ କୁପର ରୋଡ ଉପକେନ୍ଦ୍ରରୁ ସକାଳ ପ୍ରାୟ ୧୧ଟାରୁ ବିଜୁଳି ସପ୍ଲାଏ ଠପ ହୋଇ ଥିଲା। ଏହା ଦ୍ବାରା ବିକ୍ରମାଦିତ୍ୟ ମାର୍ଗ, ମାଲ ଏଭନ୍ୟୁ, ଗୁଲିସନ୍ଥା କଲୋନି, ମହିଳା ବିଧାୟକ ଆବାସ, ପିଡବ୍ଲୁଏଚଡି କଲୋନି ସମେତ କେତେକ ଭିଆଇପି ଇଲାକାରେ ବିଜୁଳି ଯୋଗାଯୋଗ ନାହିଁ।

ତେବେ ଏ ସମସ୍ୟା ଯୋଗୁ ମୁଖ୍ୟମନ୍ତ୍ରୀ କଂଟ୍ରୋଲ ରୁମ, ସମାଜବାଦୀ ପାର୍ଟି କାର୍ଯ୍ୟାଳୟ, କଂଗ୍ରେସ ମୁଖ୍ୟାଳୟ, ଭିଆଇପି ଗେଷ୍ଟ ହାଉସରେ ବହୁ ସସମ୍ୟା ସୃଷ୍ଟି ହୋଇଛି। ବିଜୁଳି ଚାଲିଯିବାରୁ ମନ୍ତ୍ରୀ ଓ ବିଧାୟକ ନିବାସରୁ ଉପକେନ୍ଦ୍ରକୁ ଫୋନ ଆସିବାକୁ ଲାଗିଲା। ମାତ୍ର କୌଣସି କର୍ମଚାରୀ ଫୋନ ଉଠାଇଲେ ନାହିଁ। ଏ ନେଇ ଲୋକ ଅଭିଯୋଗ କରିବାରୁ ସମସ୍ତେ କାର୍ଯ୍ୟ ବହିଷ୍କାର କଥା କହି ବିଜୁଳି ଫ୍ଲାଇଟ୍ ଠିକ୍ ନ କରିବାକୁ ମନା କରି ଦେଲେ।

ଏହା ସହ ଗୌତମୀନଗର, ଇନ୍ଦିରାନଗର, ବିକାଶନଗର, ଆଲମବାଗ, ଜାନକିପୁର, ଫୈଜୁଲାଗଞ୍ଜ ସମେତ ରାଜଧାନୀର ଅନେକ ଇଲାକାରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଲୋକେ ବହୁ ହଇରାଣ ହୋଇଛନ୍ତି। ଗୌତମୀନଗର ଟ୍ରାନସମିଶନ କୁପର ରୋଡ ଉପକେନ୍ଦ୍ରରୁ ବିଦ୍ୟୁତ ଲାଇନ ବ୍ରେକଡାଉନ ହୋଇଯାଇ ଥିଲା। ଏହା ଦ୍ବାରା କିଛି ମନ୍ତ୍ରୀ, ବିଧାୟକ ସମେତ ସାଧାରଣଲୋକଙ୍କ ବିଜୁଳି ଯୋଗାଯୋଗ ବାଧିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.