ନବୀନ ନିବାସରେ ପାୱାର ଲଞ୍ଚ୍ : ଡାଇନିଂ ଟେବୁଲରେ ଏକାଠି ବସିଲେ ଶାହା, ନୀତିଶ, ମମତା ଏବଂ ନବୀନ

Published By : Prameya-News7 Bureau | February 28, 2020 IST

ଭୁବନେଶ୍ବର ୨୮।୨: ଲୋକସେବା ଭବନର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଶେଷ ହୋଇଛି । ବୈଠକ ପରେ ନବୀନ ନିବାସରେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି । ନବୀନଙ୍କ ସହ ଏକାଠି ମଧ୍ୟାହ୍ନଭୋଜନ କରିବେ ଗୃହମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ନିତିଶ କୁମାର । ଏମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଝାଡଖଣ୍ଡ ଅର୍ଥମନ୍ତ୍ରୀ ମଧ୍ୟ ମଧ୍ୟାହ୍ନ ଭୋଜନରେ ସାମିଲ ହେବେ । ନବୀନ ନିବାସରେ ସମସ୍ତେ ପହଞ୍ଚିଥିବା ଜଣାପଡିଛି ।

{"id":230251,"sizeSlug":"large"}

ସୂଚନା ଅନୁଯାୟୀ ନବୀନ ନିବାସରେ ଅତିଥିମାନଙ୍କୁ ମଧ୍ୟାହ୍ନଭୋଜନରେ ପ୍ଲେନ୍ ରାଇସ୍, ଫ୍ରାଏଡ୍ ରାଇସ୍, ଡାଲି, ବାଇଗଣ ଭଜା, ଆଳୁ ମଟର ମସଲା, ଟମାଟୋ ଚଟଣି, ବୁନ୍ଦି ରାଇତା, ମାଛ ତରକାରୀ, ଗୁଚି ପନିର, ଛେନାପୋଡ ଏବଂ ରସମଲାଇ ଆଦି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.