Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପୂଜା ଚାନ୍ଦା ନଦେବାରୁ କାଟିଦେଲେ ଲାଇନ୍, ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଦେଲେ ଯୁବକ  

24/09/2022 at 4:55 PM

ପାରାଦୀପ: ପୂଜା ପାଇଁ ୫ ହଜାର ଟଙ୍କା ଚାନ୍ଦା ନଦେବାରୁ କାଟିଦେଲେ ଲାଇନ  | ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପ ର ଷଣ୍ଡକୁଦ ବସ୍ତି ଅଞ୍ଚଳରୁ | ବସ୍ତିରେ ଏକ ଗରିବ ପରିବାର ଉପରେ ଏଭଳି ଜୁଲମ କରାଯାଇଥିବା ଓ ତାଙ୍କୁ ଜୀବନରେ ମାରିଦେବାର ଧମକ ଦିଆଯାଇଥିବା ରାଜେଶ କୁମାର ବାଇ ଜଟାଧାରୀ ମୁହାଣ ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି  |

ଗତକାଲି ଠାରୁ ପୋଲିସର ସହାୟତା ମାଗିଥିବା ବେଳେ ଅଦ୍ୟାବଧି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ଏବଂ ଓଲଟା ପୂଜା କମିଟିର କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ଥାନା ରେ ସମ୍ପୃକ୍ତ ଯୁବକକୁ କେଶ୍ ଉଠାଇ ଆଣିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି  | ତେବେ ପୋଲିସ ଉଭୟ ପକ୍ଷଙ୍କୁ  ଡାକି ଆପୋଷ ସମାଧାନ କରିଥିବା ଜଣାପଡିଛି। ଚାନ୍ଦ ନଦେବା ଓ ଗାଳିଗୁଲଜ କରିଥିବାରୁ କିଛି ବସ୍ତି ଲୋକ ଉତ୍ୟକ୍ତ ହୋଇ ଲାଇନ୍ କାଟିଛନ୍ତି ଓ ଆପୋଷ ସମାଧାନ ହୋଇଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଲାଇନ୍ ସଂଯୋଗ କରାଯିବ ବୋଲି ବସ୍ତି କମିଟି ପକ୍ଷରୁ ସଫେଇ ଦେଇଛନ୍ତି।

   Related Posts