ଆସନ୍ତା ୩ ଓ ୪ ତାରିଖରେ ବନ୍ଦ ରହିବ ବିଦ୍ୟୁତ ସେବା , ଜାଣନ୍ତୁ କେଉଁ ସମୟ ଓ କେଉଁଠି ?

Published By : Prameya-News7 Bureau | January 02, 2020 IST

ଭୁବନେଶ୍ବର ୨୯।୧୨: ରକ୍ଷଣ ବେକ୍ଷଣ କାର୍ଯ୍ୟ ପାଇଁ ସେସୁ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମେ ବିଦ୍ୟୁତ୍‌ କାଟ କରାଯିବ । ଶୁକ୍ରବାର ଓ ଶନିବାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌କାଟ କରାଯିବା ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।

ଜାନୁଆରୀ ୩ତାରିଖ ଶୁକ୍ରବାର ଦିନ ଭୁବନେଶ୍ବରର ପଟିଆ , କାନନବିହାର ଫେଜ-୨, ରଘୁନାଥପୁର , ତାରିଣୀ ବିହାର, ମାରୁତି ରେସିଜେନ୍ସି, ମନସୁନ ଗ୍ରୀନ, ନନ୍ଦନକାନନ, ଜିଡିଏସ୍ ଟାଓ୍ବାର, ବିଜେବି ନଗର, ଲୁଇସ ରୋଡ୍, ଆଚର୍ଯ୍ୟ ବିହାର, ବାର୍ଡ କଲୋନୀ, ଭୋଇ ନଗର, ଫ୍ଲାଟ ଏରିଆ, ନୟାପଲ୍ଲୀ, ବେହେରା ସାହି, କଳିଙ୍ଗ ଷ୍ଟାଡିୟମ ଅଞ୍ଚଳରେ ଦିନ ୭ଟାରୁ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯାଇଥିଲା । ସେହପରି ନୂତନ ଫରେଷ୍ଟ ପାର୍କ, ନାଭାଲ ହାଉସିଂ ଅଞ୍ଚଳରେ ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଆଦର୍ଶ ବିହାର, ମାରୁତି ଭିଲ୍ଲା, ପଟିଆ ଅଞ୍ଚଳରେ ଦିନ ୨.୩୦ରୁ ୪ଟା୩୦ ପର୍ଯ୍ୟନ୍ତ ବିଦ୍ୟୁତ ସରାବରହ ବନ୍ଦ ରହିବ ।  ତେବେ  କଟକର  ନାରଙ୍ଗ ବସ୍ତା, କଖାଡି, ଗୁରୁଡିଝାଟିଆରେ ସକାଳ ୮ଟାରୁ ୩ଟା ପର୍ଯ୍ୟନ୍ତ ବିଦ୍ୟୁକ କାଟ ହୋବକୁ ଥିବା ବେଳେ ନରସିଂହପୁରରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ଜାନୁଆରୀ ୪ତାରିଖ ଶନିବାର  ଦିନ ଭୁବନେଶ୍ବର  ୟନିଟ-୩, ଡାଲମା ସାଇଡ, ମଧୁସୁଦନ ନଗର, ଶାସ୍ତ୍ରୀ ନଗର, ଏନଆଇସି, ଶ୍ରୀୟା ଛକ ଅଞ୍ଚଳରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେବ । ସେହପରି ଭୁବନେଶ୍ବରର ବିଡିଏ କଲୋନୀ, ରେଳ ବିହାର, ନାବାର୍ଡ, ନିଳାଦ୍ରୀ ବିହାର, ରଘୁନାଥପୁର, ତାରିଣୀ ବିହାର, ମାରୁତି ରେସିଡେନ୍ସି, ମନସୁନ ଗ୍ରୀନ,  ନନ୍ଦନକାନନ, ଜି଼ଡିଏସ ଟାଓ୍ବାର, ଫୁଲନଖରା, ନହରକଣ୍ଟା, ସାଇ ବିହାର, ବାସୁଆଘାଇ, ବୋମିଖାଲ, ନାଗେଶ୍ବର ବାଙ୍ଗି, ଜଗନ୍ନାଥ କଲୋନୀ, ଟଙ୍କପାଣି ରୋଡ୍, କୋର୍ଟ କଲୋନୀ ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ । ତେବେ କଟକ ସହରର ଶିଖରପୁରରେ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିଦ୍ୟୁ କାଟ ହେବାକୁ ଥିବା ବେଳେ କଟକ ଗ୍ରାମାଞ୍ଚଳର ନିଆଳିରେ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ, ନାରାଙ୍ଗବସ୍ତା, କଖାଡି, ଗୁରୁଣ୍ଡିଝାଟିଆ, ନରସିଂହପୁର ରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଓ ଡିମିରି ଅଞ୍ଚଳରେ ଅପରାହ୍ନ ୩ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.