scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେଶରେ ଆର୍ଥିକ ବର୍ଷ ୨୨ରେ ବିଜୁଳି ଚାହିଦା ୯.୫ ପ୍ରତିଶତ ବଢିଛି, ଗୋଟିଏ ଦିନରେ ସବୁଠୁ ଅଧିକ ଖର୍ଚ୍ଚ ୨୦୭ ଗିଗାୱାଟ୍

16/04/2023 at 6:58 PM

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ଗତିବିଧିରେ ସୁଧାର ଆସିବା ପରେ ଚାହିଦା ବୃଦ୍ଧି ଯୋଗୁଁ ୨୦୨୨-୨୩ରେ ବିଜୁଳି ବ୍ୟବହାର ୯.୫ ପ୍ରତିଶତ ବଢିଛି । ଗତ ବର୍ଷ ମୋଟ ୧,୫୦୩.୬୫ ବିଲିୟନ ୟୁନିଟ୍ ବିଜୁଳି ଖର୍ଚ୍ଚ ହୋଇଥିଲା । କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ଡାଟା ଅନୁସାରେ, ଆର୍ଥିକ ବର୍ଷ ୨୦୨୧-୨୨ରେ ବିଜୁଳିର ମୋଟ ବ୍ୟବହାର ୧,୩୭୪.୦୨ ବିଲିୟନ ୟୁନିଟ୍ ରହିଥିଲା ।

ଡାଟା ଅନୁସାରେ ଗତ ଆର୍ଥିକ ବର୍ଷରେ ଗୋଟିଏ ଦିନରେ ସବୁଠୁ ଅଧିକ ବିଜୁଳି ଚାହିଦା ୨୦୭.୨୩ ଗିଗାୱାଟ ରହିଥିଲା । ୨୦୨୧-୨୨ରେ ଏହା ୨୦୦.୫୩ ଗିଗାୱାଟ୍ ରହିଥିଲା । ବିଶେଷଜ୍ଞଙ୍କ ଅନୁସାରେ ଆର୍ଥିକ ବର୍ଷ ୨୦୨୩-୨୪ରେ ବିଜୁଳି ବ୍ୟବହାର ଏବଂ ଚାହିଦାରେ ସୁଧାର ରହିବ । ଶକ୍ତି ମନ୍ତ୍ରାଳୟର ଅନୁମାନ ଅନୁସାରେ ଚଳିତ ଥର ଖରା ଦିନରେ ସବୁଠୁ ଅଧିକ ବିଜୁଳି ଚାହିଦା ବଢି ୨୨୯ ଗିଗାୱାଟ୍ ପହଞ୍ଚିପାରେ । ଏହାକୁ ନଜରରେ ରଖି ମନ୍ତ୍ରାଳୟ ପୂର୍ବରୁ ହିଁ କୋଇଲା ଆଧାରିତ ପ୍ଲାଣ୍ଟଗୁଡିକୁ ପୂର୍ଣ୍ଣ କ୍ଷମତାରେ ପରିଚାଳନା ପାଇଁ କୋଇଲା ଆମଦାନୀ କରିବାକୁ କହିଛି ।

ଏହାଛଡ଼ା ଘରୋଇ କୋଇଲା ଉପରେ ଆଧାରିତ ପ୍ଲାଣ୍ଟକୁ ମିଶ୍ରଣ ପାଇଁ କୋଇଲା ଆଦମାନୀ କରିବା ପାଇଁ କୁହାଯାଇଛି । ଏହାଦ୍ୱାରା ବିଜୁଳିର ଚାହିଦା ପୂରଣ କରାଯାଇ ପାରିବ । ବିଶେଷଜ୍ଞଙ୍କ କହିବା ଅନୁସାରେ ବିଜୁଳି ବ୍ୟବହାରରେ ବୃଦ୍ଧି ସ୍ପଷ୍ଟ ସଂକେତ ଦେଉଛି ଯେ ଦେଶରେ ଆର୍ଥିକ ଗତିବିଧିରେ ସୁଧାର ଆସୁଛି ।    

   Related Posts