oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

୨୦୧୧-୨୦୧୯ ମଧ୍ୟରେ ହ୍ରାସ ହୋଇଛି ଭାରତରେ ଦାରିଦ୍ର୍ୟତା, ବିଶ୍ୱବ୍ୟାଙ୍କ ଅଧ୍ୟାୟନରେ ୧୨% କମିଛି ଗରିବୀ

17/04/2022 at 4:19 PM

ନୂଆଦିଲ୍ଲୀ ୧୭।୪: ଭାରତରେ ଅତ୍ୟାଧିକ ଦାରିଦ୍ର୍ୟତା ହ୍ରାସ ହୋଇଛି। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ୨୦୧୧ ତୁଳନାରେ ୨୦୧୯ ବେଳକୁ ଅତ୍ୟାଧିକ ଗରିବୀରେ ୧୨.୩ ପ୍ରତିଶତ କମ ଦେଖାଯାଇଛି। ୱାର୍ଲଡ ବ୍ୟାଙ୍କଙ୍କ ଏକ ନୀତି ଅନୁସନ୍ଧାନ କାରୀ ପେପରରେ ଏହା କୁହାଯାଇଛି। ୱାର୍କିଂ ପେପର ଅନୁସାରେ ଭାରତରେ ୨୦୧୧ ବେଳକୁ ଦାରିଦ୍ର୍ୟତା ହାର ୨୨.୫ ପ୍ରତିଶତ ଥିଲା। ତେବେ ୨୦୧୯ ବେଳକୁ ଏହା ୧୦.୨ ପ୍ରତିଶତକୁ ହ୍ରାସ ହୋଇଥିଲା।

ତେବେ ଏହା ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ) ପକ୍ଷରୁ ପ୍ରକାଶିତ ଏକ ୱାର୍କିଂ ପେପରରେ ଭାରତରେ ଅତ୍ୟାଧିକ ଦାରିଦ୍ର୍ୟତା ପ୍ରାୟ ସମାପ୍ତ ହୋଇଯାଇଥିବାର ଆକଳନ କରିଥିଲେ। ସହରାଞ୍ଚଳ  ଅପେକ୍ଷା ଗ୍ରାମୀଣ ଭାରତରେ ୨୦୧୧ ବେଳକୁ ଦାରିଦ୍ର୍ୟତା ୨୬.୩ ପ୍ରତିଶତ ଥିବାବେଳେ ୨୦୧୯ ବେଳକୁ ୧୧.୬ ପ୍ରତିଶତକୁ ପହଞ୍ଚି  ସାରିଥିଲା। ତେବେ ସହରାଞ୍ଚଳରେ ୧୪.୨ ପ୍ରତିଶତ ଥିବା ଦାରିଦ୍ର୍ୟତା ୬.୩ ପ୍ରତିଶତକୁ ହ୍ରାସ ହୋଇଥିବାର କୁହାଯାଇଛି।

ବିଶ୍ୱବ୍ୟାଙ୍କଙ୍କ ଗବେଷଣା ପତ୍ର ଅନୁସାରେ ୨୦୧୧-୨୦୧୯ ମଧ୍ୟରେ ଗ୍ରାମୀଣ ଓ ସହରୀ ଗରିବୀରେ ଯଥାକ୍ରମେ ୧୭.୭ ଓ ୭.୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖା ଯାଇଛି। ଏହି ଗବେଷଣା ପତ୍ରକୁ ଅର୍ଥଶାସ୍ତ୍ରୀ ସୁତୀର୍ଥ ସିହ୍ନା  ରାୟ ଓ  ରାୟ ଭେନ ଡେର ଭେଇଡ ମିଳିତ ଅଧ୍ୟୟନ କରିଥିଲେ। ସେମାନଙ୍କ ଏହି ଅଧ୍ୟୟନରେ ଗ୍ରାମାଞ୍ଚଳର ଛୋଟ ଜୋତ ଥିବା ଚାଷୀ ସେମାନଙ୍କ ଜୀବନରେ ପ୍ରଥମ ଉଚ୍ଚ ଆୟର ଅନୁଭବ ମଧ୍ୟ ଏହି ସମୟରେ କରିଛନ୍ତି।

ଏହି ସମୟରେ ଛୋଟ ଜୋତ ଥିବା ଚାଷୀଙ୍କ ବାର୍ଷିକ ଆମଦାନୀ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଏହି ସମୟରେ ବଡ ଜୋତ ଚାଷୀଙ୍କ ଅଭିବୃଦ୍ଧି ୨ ପ୍ରତିଶତ ହାରରେ ହୋଇଛି। ବିଶ୍ୱବ୍ୟାଙ୍କଙ୍କ ଏହି ପେପରକୁ ଏବେଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଭାରତର ନିଜର ଏପରି କୌଣସି ଅଧିକାରୀକ ଆକଳନ ବ୍ୟବସ୍ଥା ନାହିଁ। ଭାରତର ଶେଷ ବ୍ୟୟ ସର୍ଭେକ୍ଷଣ ୨୦୧୧ ମସିହାରେ ଜାତୀୟ ନମୁନା ସର୍ଭେକ୍ଷଣ ଦ୍ୱାରା କରାଯାଇଥିଲା। ଏଥିରେ ଦେଶରେ ଗରିବୀ ଓ ଅସମାନତାର ଅଧିକାରୀକ ଅନୁମାନ ମଧ୍ୟ ଜାରି କରାଯାଇଥିଲା।   

   Related Posts