oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆନନ୍ଦପୁରରେ ପୌରାଧ୍ୟକ୍ଷା ପଦବୀ ପାଇଁ କଂଗ୍ରେସ ପ୍ରାର୍ଥୀନୀଙ୍କ ପ୍ରାର୍ଥିପତ୍ର ଦାଖଲ

6/03/2022 at 10:52 PM

ଆନନ୍ଦପୁର ୦୬/୦୩ : ଚଳିତ ପୌର ନିର୍ବାଚନରେ ଆନନ୍ଦପୁର ପୌରଅଧ୍ୟକ୍ଷା ପଦବୀ ପାଇଁ ଆଜି କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସବିତା ଦାସ । ଚଳିତଥର ଏହି ପଦଟି ଅନୁସୁଚିତ ଜନଜାତି ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଥିଲା । ବରିଷ୍ଠ କଂଗ୍ରେସ ନେତା ଜୟଦବ ଯେନାଙ୍କ ନେତୃତ୍ୱରେ ଆଜି କଂଗ୍ରେସ କର୍ମୀଙ୍କ ଗହଣରେ ନିଜ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି ସବିତା ।

କଂଗ୍ରେସର ପ୍ରାର୍ଥୀ ଜିତିବା ନେଇ ବେଶ ଆଶାବାଦି ରହିଛନ୍ତି ଜୟଦେବ। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ନସରୁଣୁ ତରବରିଆ ଭାବେ ପୌରନିର୍ବାତନ ଘୋଷଣା ହୋଇଥିଲେ ମଧ୍ଯ କଂଗ୍ରସ ଦଳ ପୌର ପରିଷଦର ସମସ୍ତ ୧୬ଟି ଆସନରେ କାଉନସିଲର ପ୍ରାର୍ଥୀ ଓ ଚେୟାରମ୍ୟାନ ପ୍ରାର୍ଥୀ ବାଛିସାରିଥିବା କହିଛନ୍ତି ବରିଷ୍ଠ ନେତା ଜୟଦେବ। ଏଥର ପୌର ନିର୍ବାଚନ ପ୍ରାର୍ଥୀ ଚୟନରେ ଦଳ ଯୁବ ଓ ମହିଳାଙ୍କୁ ପ୍ରାଧାନ୍ଯ ଦେଇଥିବା କହିଛନ୍ତି ଜୟଦେବ ଯେନା । ଅନ୍ଯପଟେ ଆଜି ନାମାଙ୍କ ପତ୍ର ଦାଖଲର ପଞ୍ଚମ ଦିନରେ ମଧ୍ଯ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ତରଫରୁ ଚେୟାରମ୍ଯାନ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ । ଆସନ୍ତା କାଲି ଉଭୟ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ପ୍ରାର୍ଥୀପତ୍ର ଦାଖଲ କରିବେ ସୂଚନା ମିଳିଛି ।

   Related Posts