ଭୁବନେଶ୍ୱର: ଆଳୁ ଟ୍ରକ ବନ୍ଦ ନେଇ ନବୀନଙ୍କ ଆଡକୁ ଦୋଷ ଠେଲିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ଟ୍ରକ ରୋକିବା ଘଟଣାରେ ଭାଇ ଭଉଣୀ ସମ୍ପର୍କକୁ ଦାୟୀ କରିଛନ୍ତି ମନ୍ତ୍ରୀ। ପଶ୍ଚିମବଙ୍ଗ ଆଳୁ ଆମଦାନୀ ବନ୍ଦ କରିବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ କାହିଁକି ବାରମ୍ବାର ଏଭଳି କରୁଛି ମୁଁ ଜାଣିନାହିଁ। ଭାଇ କହିଥିବେ ବୋଲି ଭଉଣୀ ବନ୍ଦ କରିଥିବେ କିମ୍ବା ଭାଇ ଚିଠି ଲେଖିଥିବେ, ସେଥିପାଇଁ ଆଳୁ ଦେଉନାହାନ୍ତି। ତେବେ କଣ ପାଇଁ ବନ୍ଦ କରାଯାଇଛି ଅନୁଧ୍ୟାନ କରିବି।
ଆମେ ପ୍ରତିଶ୍ରୁତି ଦେଉଛୁ, ଗରାଖଙ୍କ କୌଣସି ଅସୁବିଧା ହେବ ନାହିଁ। ଆମେ ଆଳୁ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା କରୁଛୁ। ତେବେ ୩୦ ଟଙ୍କାରେ ଆଳୁ ବିକ୍ରି ହେବ ବୋଲି ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଢ଼ା ଦରରେ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।