ଗ୍ରାହକଙ୍କୁ ମହଙ୍ଗା ମାଡ଼, ଦେଶର ବଜାରରେ ବଢୁଛି ଆଳୁ, ପିଆଜ ଓ ଟମାଟୋ ମୂଲ୍ୟ

Published By : Prameya-News7 Bureau | October 05, 2020 IST

ନୂଆଦିଲ୍ଲୀ ୫।୧୦: ଗ୍ରାହକଙ୍କ ଉପରେ ଏବେ ଚାରିଆଡୁ ମହଙ୍ଗା ମାଡ଼ ପଡିଛି। ଗୋଟିଏ ପଟେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢିବଢି ଚାଲିଥିବା ବେଳେ ପନିପରିବା ବଜାରରେ ମଧ୍ୟ ଦର ବୃଦ୍ଧିର ପ୍ରଭାବ ପଡିଛି। ସବୁଜ ପନିପରିବା ଦର ଆଗରୁ ବଢିକି ରହିଛି, ଏଥିରେ ଏବେ ଟମାଟୋ, ଆଳୁ ଓ ପିଆଜ ଦର ବୃଦ୍ଧି ଗ୍ରାହକଙ୍କ ଅଣ୍ଟା ବଙ୍କା କରିଦେଇଛି। କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟଙ୍କ ୱେବସାଇଟ୍‌ରୁ ନିକଟ ଭବିଷ୍ୟତରେ ବଜାର ଦର ଆୟତ୍ତ ହେବା ସ୍ଥିତିରି ନଥିବା ଜଣାପଡୁଛି।

{"id":339141,"sizeSlug":"large"}

ପାଇକାରୀ ବଜାରରେ ଅକ୍ଟୋବର ୫ ତାରିଖରେ ଆଳୁ ପ୍ରତି କ୍ୱିଣ୍ଟଲ ଦର ୨ହଜାରରୁ ୬ ହଜାରରେ ବିକ୍ରି ହୋଇଛି। ଏଣୁ ଖୁଚୁରା ବଜାରରେ ଦର କେତେ ତାହା ସହଜରେ ଅନୁମାନ କରାଯାଇପାରେ। ଏବେ ଦେଶର ବିଭିନ୍ନ ବଜାରରେ ପ୍ରତି କେଜି ଆଳୁ ୨୨ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଛି। ଆଳୁକୁ ଦେଖିଲେ ପିଆଜ ଦର ପ୍ରାୟ ୩ ଗୁଣା ମହଙ୍ଗା ହୋଇଛି। ସେହିପରି ସାରା ଦେଶରେ ଟମାଟୋ ଏବେ ପ୍ରତି କେଜି ୧୦ରୁ ୧୦୦ ଟଙ୍କା ଦରରେ ବିକ୍ରି ହେଉଛି।

{"id":339144,"sizeSlug":"large"}

ସାରା ଦେଶରେ ଏବେ ମଧ୍ୟପ୍ରଦେଶର ଇନ୍ଦୋରରେ ପିଆଜ ଦର ଶସ୍ତା ରହିଛି। ଏଠାରେ ପାଇକାରୀ ମୂଲ୍ୟ ପ୍ରତି କ୍ୱିଣ୍ଟର ୧୫ଶହ ଟଙ୍କାରେ ବିକ୍ରି ହେଉଛି। ଏଥିରୁ ଖୁଚୁରା ବଜାରରେ ପ୍ରତି କେଜି ପିଆଜ ଦର ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଦେଶର ଭିନ୍ନ ଭିନ୍ନ ସହରରେ ଦର ମଧ୍ୟ ଭିନ୍ନ ଭିନ୍ନ ରହିଛି। ଏଥିରେ ଆଇଜଲ ଓ ପୋର୍ଟବ୍ଲେୟାରରେ ପ୍ରତି କ୍ୱିଣ୍ଟର ପିଆଜ ଦର ୬ ହଜାର ଟଙ୍କାରେ ପହଞ୍ଚିଥିବା ଜଣାପଡିଛି। ତେବେ ନାସିକରେ ପିଆଜ ପ୍ରତି କ୍ୱିଣ୍ଟର ୨ହଜାର ୫୩୩ ଟଙ୍କା ପ୍ରତି କ୍ୱିଣ୍ଟର ଦରରେ ବିକ୍ରି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.