ଓଲଟିଲା ଆଳୁ ବୋଝେଇ ଟ୍ରକ୍; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ସହଯୋଗୀ
11/01/2023 at 4:57 PM

ଚାନ୍ଦବାଲି ୧୧/୦୧: ରାସ୍ତାରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍। କିନ୍ତୁ ଏହି ଦୁର୍ଘଟଣାରୁ ଅଳ୍ପକେ ଟ୍ରକ୍ ଡ୍ରାଇଭର୍ ଏବଂ ସହଯୋଗୀ ବର୍ତ୍ତି ଯାଇଛନ୍ତି। ଏପରି ସଡ଼କ ଦୁର୍ଘଟଣା ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ବିନ୍ଧାବଜାର ପାଖରେ ଘଟିଛି।

ଖବର ଅନୁସାରେ ଟ୍ରକ୍ଟି ଆଳୁ ବୋଝେଇ କରି ପଶ୍ଚିମବଙ୍ଗ ମେଦିନିପୁରରୁ କେନ୍ଦ୍ରାପଡ଼ା ଯାଉଥିଲା। ସେହି ସମୟରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ବିନ୍ଧାବଜାର ପାଖରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଗାଡ଼ି ଚଳାଇବା ବେଳେ ଡ୍ରାଇଭର୍ଙ୍କର ଆଖି ଲାଗିଯାଇଥିବାରୁ ଏପରି ପରିସ୍ଥିତି ଉପୁଜିଛି। ଘଟଣାସ୍ଥଳରେ ଆଳୁ ବସ୍ତାଗୁଡ଼ିକ ଏଣେତେଣେ ପଡ଼ିରହିଛି।
Related Posts
ଭୟାବହ ଅଗ୍ନିକାଣ୍ଡରେ ୪୬ ବଖରା ଘର ଭଷ୍ମିଭୂତ ; ବାସହୀନ ହେଲେ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023